ମୁମ୍ବାଇ: 'କାହାକୁ ଭଲ ପାଇବା କଣ ଅପରାଧ। ଯଦି ଜଣକୁ ଅଧିକ ଭଲପାଇ ରିୟା ଚକ୍ରବର୍ତ୍ତୀ ଅପରାଧ କରିଛନ୍ତି, ତେବେ ସେ ଏହାର ପରିଣାମକୁ ସାମ୍ନା କରିବାକୁ ପ୍ରସ୍ତୁତ' ବୋଲି ଅଭିନେତ୍ରୀଙ୍କ ଓକିଲ କହିଛନ୍ତି । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ ଯାଞ୍ଚ ସଂପର୍କରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ରିୟା ଚକ୍ରବର୍ତ୍ତୀଙ୍କୁ ଡକାଇବାର କିଛି ସମୟ ପରେ ରିୟାଙ୍କ ଓକିଲ ରବିବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏହି ଘଟଣାରେ ଗିରଫ ପାଇଁ ମଧ୍ୟ ଅଭିନେତ୍ରୀ ପ୍ରସ୍ତୁତ ଅଛନ୍ତି ବୋଲି ସେ ଦୃଢତାର ସହ ଜବାବ ଦେଇଛନ୍ତି ।
ରିୟାଙ୍କ ଓକିଲ କହିଛନ୍ତି ଯେ, ରିୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି ଯାଦୁଗରୀ । ରିୟା ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଅଛନ୍ତି । ସେଥିପାଇଁ ସେ ସିବିଆଇ, ଇଡି ଏବଂ ଏନସିବି ସହିତ ବିହାର ପୋଲିସ ଠାରୁ ଏହି ସମସ୍ତ ମାମଲାରେ ଜାମିନ ପାଇଁ କୌଣସି କୋର୍ଟ ନିକଟକୁ ଆସିନାହାଁନ୍ତି।