ଓଡିଶା

odisha

ETV Bharat / sitara

ପ୍ରତିଦିନ ଗୋମୂତ୍ର ସେବନ କରନ୍ତି ଅକ୍ଷୟ, କହିଲେ କାରଣ - ପ୍ରତିଦିନ ଗୋମୂତ୍ର ସେବନ କରନ୍ତି ଅକ୍ଷୟ, କହିଲେ କାରଣ

ଅଭିନେତା ଅକ୍ଷୟ କୁମାର ଅଭିନେତ୍ରୀ ହୁମା କୁରେଶୀଙ୍କ ସହ ଇନଷ୍ଟାଗ୍ରାମରେ ଲାଇଭ ଚାଟ କରିଥିଲେ, ଯେଉଁଥିରେ ବିୟର ଗ୍ରିଲ୍ସ ମଧ୍ୟ ତାଙ୍କ ସହ ସାମିଲ ହୋଇଛନ୍ତି । ଏହି ଲାଇଭରେ ଅକ୍ଷୟ 'ଇନ୍ ଟୁ ଦ ୱାଇଲ୍ଡ' ରେ କାମ କରିବାର ଅଭିଜ୍ଞତା ସେୟାର କରିଥିଲେ । ଏଥିସହ ଅକ୍ଷୟ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଆୟୁର୍ବେଦିକ କାରଣରୁ ସେ ପ୍ରତିଦିନ ଗୋମୂତ୍ର ପିଉଛନ୍ତି । ଅଧିକ ପଢନ୍ତୁ...

i drink cow urine every day says akshay kuma
ପ୍ରତିଦିନ ଗୋମୂତ୍ର ସେବନ କରନ୍ତି ଅକ୍ଷୟ, କହିଲେ କାରଣ

By

Published : Sep 11, 2020, 4:40 PM IST

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପ୍ରକାଶ କରିଛନ୍ତି ଯେ, ଆୟୁର୍ବେଦିକ କାରଣରୁ ସେ ପ୍ରତିଦିନ ଗୋମୂତ୍ର ପିଉଛନ୍ତି । ଅକ୍ଷୟ ବର୍ତ୍ତମାନ ହୁମା କୁରେଶି ଏବଂ ଲାରା ଦତ୍ତାଙ୍କ ସହ ସ୍କଟଲ୍ୟାଣ୍ଡରେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ବେଲ୍ ବଟମ୍'ର ସୁଟିଂ କରୁଛନ୍ତି।

ଅକ୍ଷୟ ନିଜର ଇନଷ୍ଟାଗ୍ରାମରେ ଏକ ଲାଇଭ୍ ସେକ୍ସନ ସମୟରେ ଟିଭି ହୋଷ୍ଟ ବିୟର ଗ୍ରିଲ୍ସଙ୍କ ସହ 'ଇନ୍ ଟୁ ଦ ୱାଇଲ୍ଡ'ର ବିଶେଷ ଧାରାକୁ ନେଇ ଉତ୍ସାହିତ ହୋଇ ଜଙ୍ଗଲର ଏହି ଦୁଃସାହସିକ ଯାତ୍ରା ବିଷୟରେ କିଛି କହିଥିଲେ।

ଏହି ସମୟରେ ହୁମା ତାଙ୍କୁ ପଚାରିଥିଲେ ଯେ ସେ କିପରି ଶୋ’ରେ ହାତୀର ଗୋବରରେ ପ୍ରସ୍ତୁତ ଚା ପିଇବାକୁ ନିଜକୁ ପ୍ରବର୍ତ୍ତାଉଥିଲେ ।

ଯାହାକୁ ନେଇ ଅକ୍ଷୟ କହିଛନ୍ତି, "ମୁଁ ଚିନ୍ତିତ ନଥିଲି। ମୁଁ ଅଧିକ ଉତ୍ସାହିତ ଥିଲି। ଆୟୁର୍ବେଦିକ କାରଣରୁ ମୁଁ ପ୍ରତିଦିନ ଗୋମୂତ୍ର ସେବନ କରେ, ତାହା କରିବା ମୋ ପାଇଁ କଷ୍ଟସାଧ୍ୟ ନଥିଲା" ।

ଅକ୍ଷୟ ଗ୍ରିଲ୍ସଙ୍କ ସହ କର୍ଣ୍ଣାଟକର ବାନ୍ଦିପୁର ଟାଇଗର ରିଜର୍ଭରେ ଏକ ଦୁଃସାହସିକ ଯାତ୍ରା କରିବାକୁ ଯାଇଥିଲେ, ଯେଉଁଠାରେ 'ଇନ୍ ଟୁ ଦ ୱାଇଲ୍ଡ ଓ୍ବିଥ ବିୟର ଗ୍ରିଲ୍ସ'ର ଏକ ଏପିସୋଡର ସୁଟିଂ କରାଯାଇଥିଲା, ଯାହା ସେପ୍ଟେମ୍ବର 11 ରେ ଡିସକଭରି ପ୍ଲସରେ ପ୍ରସାରିତ ହେବ।

ଏହା ପୂର୍ବରୁ ଶୋ’ର ପ୍ରମୋରେ ଅକ୍ଷୟ ବିୟରଙ୍କ ସହ କଥାବାର୍ତ୍ତା ହୋଇଥିବାର ଦେଖିବାକୁ ମିଳିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details