ମୁମ୍ବାଇ: ହାଇଦ୍ରାବାଦ ପ୍ରାଣୀ ଚିକିତ୍ସକ ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ଘଟଣା । ପୀଡିତାଙ୍କୁ ମିଳିଛି ଉଚିତ ନ୍ୟାୟ । ଆମ ଦେଶରେ ଯେଉଁଠି ଜଘନ୍ୟ ଅପରାଧ କରିଥିବା ଦୋଷୀ ମୃତ୍ୟୁଦଣ୍ଡରୁ ବଞ୍ଚିବାପାଇଁ କ୍ଷମା ଆବେଦନ କରିଥାଏ । ସେଠାରେ ଏତେ ଶୀଘ୍ର ଏବଂ ଏମିତି ଷ୍ଟାଇଲରେ ନ୍ୟାୟ ମିଳିବା ସମସ୍ତଙ୍କୁ ଖୁସି କରିଛି । ଆଉ ଏହି ଖୁସିରେ ସାମିଲ ହୋଇଛି ବଲିଉଡ । ଆଉ ସେଲିବ୍ରିଟି ଏହି ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ତେଲେଙ୍ଗାନାର ପ୍ରାଣୀ ଚିକିତ୍ସକଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରିଥିବା ୪ ଅଭିଯୁକ୍ତ ପୋଲିସ ଏନ୍କାଉଣ୍ଟରେ ଟଳି ପଡିଛନ୍ତି।
ଫିଲ୍ମ ମେକର ଆଶୋକ ପଣ୍ଡିତ ନିଜ ଖୁସି ବ୍ୟକ୍ତ କରି ଲେଖିଛନ୍ତି, 'ତେଲେଙ୍ଗାନା ପୋଲିସ ଉପରେ କୌଣସି ପ୍ରଶ୍ନ ଉଠାଇବା ଅନୁଚିତ। ସେମାନେ ଦୁଷ୍କର୍ମକାରୀଙ୍କୁ ମାରିଛନ୍ତି । ସେମାନଙ୍କୁ ଏହି ବାହାଦୁରୀ କାର୍ଯ୍ୟ ପାଇଁ ପୁରସ୍କାର ମିଳିବା ଉଚିତ।’