ଓଡିଶା

odisha

ETV Bharat / sitara

'ହଙ୍ଗାମା -୨' ର ସୁଟିଂ ପାଇଁ ମନାଲିରେ ଷ୍ଟାରକାଷ୍ଟ, ଫଟୋ ଭାଇରାଲ - 'ହଙ୍ଗାମା -୨' ର ସୁଟିଂ ପାଇଁ ମନାଲି ଗଲେ ଷ୍ଟାରକାଷ୍ଟ

'ହଙ୍ଗାମା ୨'ର ପୁରା ଟିମ୍ ଫିଲ୍ମର ପାଇଁ ସୁଟିଂ ଆରମ୍ଭ କରିବାକୁ ମନାଲି ଯାଇଛନ୍ତି । କିନ୍ତୁ ଏହାପୂର୍ବରୁ ସମସ୍ତଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ଏହି କମେଡି ଚଳଚ୍ଚିତ୍ରର ସୁଟିଂ ପାଇଁ ପୁରା ଷ୍ଟାରକାଷ୍ଟ, ଯେଉଁଥିରେ ପରେଶ ରାୱଲ, ଶିଳ୍ପା ଶେଟ୍ଟୀ ଏବଂ ମିଜାନ ସାମିଲ ଅଛନ୍ତି । ଅଧିକ ପଢନ୍ତୁ...

Hungama 2: Paresh Rawal, Shilpa Shetty and Meezaan off to Manali after COVID-19 test
'ହଙ୍ଗାମା -୨' ର ସୁଟିଂ ପାଇଁ ମନାଲି ଗଲେ ଷ୍ଟାରକାଷ୍ଟ, ଫଟୋ ଭାଇରାଲ

By

Published : Oct 4, 2020, 8:02 PM IST

ମୁମ୍ବାଇ: ଅଭିନେତା ପରେଶ ରାୱଲ, ଶିଳ୍ପା ଶେଟ୍ଟୀ ଏବଂ ମିଜାନଙ୍କ ସମେତ ଚଳଚ୍ଚିତ୍ର ନିର୍ମାତା ପ୍ରିୟଦର୍ଶନ ନିଜର ଆଗାମୀ କମେଡି ଫିଲ୍ମ 'ହଙ୍ଗାମା -୨' ର ସୁଟିଂ ଆରମ୍ଭ କରିବା ପାଇଁ ମନାଲି ଅଭିମୁଖେ ଯାତ୍ରା କରିଛନ୍ତି ।

ଏହି ଚଳଚ୍ଚିତ୍ରଟି 2003 ହିଟ୍ କମେଡି ହିଟ୍ ହଙ୍ଗାମାର ଏକ ସିକ୍ବେଲ୍, ଯେଉଁଥିରେ ପରେଶ ମଧ୍ୟ ଅଭିନୟ କରିଥିଲେ।

ଶିଳ୍ପା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅଭିନେତା ପ୍ରଣିତା ସୁଭାଷ ଏବଂ ନିର୍ମାତା ରତନ ଜୈନଙ୍କ ସମେତ ସମସ୍ତ କଳାକାରଙ୍କ ଏକ ଫଟୋ ସେୟାର କରିଛନ୍ତି ।

'ହଙ୍ଗାମା -୨' ର ସୁଟିଂ ପାଇଁ ମନାଲି ଗଲେ ଷ୍ଟାରକାଷ୍ଟ, ଫଟୋ ଭାଇରାଲ

ଫଟୋ ସହିତ କ୍ୟାପସନରେ ଶିଳ୍ପା ଲେଖିଛନ୍ତି, 'କୋରୋନା ଟେଷ୍ଟ କରାଯାଇଥିଲା । ସମସ୍ତେ ମାସ୍କ ପିନ୍ଧିଲେ, ବର୍ତ୍ତମାନ ଆମେ ମନାଲି ଅଭିମୁଖେ ଯାତ୍ରା କରୁଛୁ ।

ସେୟାର ହୋଇଥିବା ଫଟୋରେ, ସମଗ୍ର କାଷ୍ଟ ବିମାନ ବନ୍ଦର ନିକଟରେ ଛିଡା ହୋଇଥିବାର ଦେଖିବାକୁ ମିଳିଥିଲା ।

'ହଙ୍ଗାମା -୨' ରେ ମୁଖ୍ୟ ଭୂମିକାରେ ପାରେଶ ରାୱଲ, ଶିଳ୍ପା ଶେଟ୍ଟୀ କୁନ୍ଦ୍ରା, ମିଜାନ ଜାଫ୍ରି ଏବଂ ଅଭିନେତ୍ରୀ ପ୍ରଣିତା ସୁଭାଷ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details