ଓଡିଶା

odisha

By

Published : Sep 13, 2020, 5:26 PM IST

ETV Bharat / sitara

ସୁଶାନ୍ତ ମର୍ଡର ମିଷ୍ଟ୍ରି ପ୍ରମାଣ କରିବାକୁ ଅନେକ ପ୍ରମାଣ ଅଛି: ସ୍ବାମୀ

ଭାଜପା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ କେବଳ ଆତ୍ମହତ୍ୟା ନୁହେଁ ବରଂ ଏକ ଷଡଯନ୍ତ୍ର ରଚିତ ହତ୍ୟା। ଅଧିକ ପଢନ୍ତୁ...

huge evidence to prove sushants death murder by conspiracy says swamy
ସୁଶାନ୍ତଙ୍କ ଷଡଯନ୍ତ୍ର ହତ୍ୟାକୁ ପ୍ରମାଣ କରିବାକୁ ଅନେକ ପ୍ରମାଣ ଅଛି: ସ୍ବାମୀ

ମୁମ୍ବାଇ: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟର ସମାଧାନ ପାଇଁ ତିନୋଟି ପ୍ରମୁଖ ଏଜେନ୍ସି ସିବିଆଇ, ଇଡି ଏବଂ ଏନସିବି ଜଡିତ ଅଛନ୍ତି ।

ଏହି ସମୟରେ ସୁବ୍ରମଣ୍ୟମ ସ୍ବାମୀ ଦାବି କରିଛନ୍ତି ଯେ ଅଭିନେତାଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଏକ ଷଡଯନ୍ତ୍ର ରହିଛି ।

ସୁବ୍ରମଣ୍ୟମ ଟ୍ବିଟ କରିଛନ୍ତି ଯେ, ଏସଏସଆରମାନେ ପଚାରୁଛନ୍ତି ଯେ ଏହି ମାମଲା କେବେ ଶେଷ ନିଷ୍ପତ୍ତିରେ ପହଞ୍ଚିବ। ମୁଁ କହି ପାରିବି ନାହିଁ , କିନ୍ତୁ ଏମ୍ସ ଟିମ ଏହା ଉପରେ ସ୍ବତନ୍ତ୍ର ଯାଞ୍ଚ କରିପାରିବ ନାହିଁ, କାରଣ ସେମାନଙ୍କ ପାଖରେ ଏସଏସଆରର ମୃତଦେହ ନାହିଁ । ତେଣୁ ବର୍ତ୍ତମାନ ଡାକ୍ତରଖାନା ଦେଇଥିବା ତଥ୍ୟ ଉପରେ ନିର୍ଭର କରିବାକୁ ପଡିବ । ବର୍ତ୍ତମାନ ତିନୋଟି ଏଜେନ୍ସି ବହୁ ପରିମାଣର ପ୍ରମାଣ ଉନ୍ମୋଚନ କରିଛନ୍ତି । ଯାହାକୁ ନେଇ ମୁଁ ବିଶ୍ବାସ କରେ ଯେ, ସିବିଆଇ କୋର୍ଟରେ ନିଶ୍ଚିତ ପ୍ରମାଣ କରିବ ଯେ ଏହା ପ୍ରକୃତରେ ଏକ ଷଡଯନ୍ତ୍ର ରଚିତ ହତ୍ୟା।

ସୁବ୍ରମଣ୍ୟମ ଏହି ମାସ ଆରମ୍ଭରେ ଟ୍ବିଟ କରି କହିଥିଲେ ଯେ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ।

ସୂଚନାଯୋଗ୍ୟ, 14 ଜୁନ୍ ରେ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଯାହା ପରେ ଏହି ମାମଲାର ତଦନ୍ତ ଚାଲିଛି । ତଦନ୍ତ ଚାଲିଥିବାରୁ ମାମଲା ସମାଧାନ ହେବା ପରିବର୍ତ୍ତେ ଜଡିତ ହେଉଛି। ଏହି ମାମଲାର ତଦନ୍ତରେ ତିନୋଟି ଏଜେନ୍ସି ସିବିଆଇ, ଇଡି ଏବଂ ଏନସିବି ଜଡିତ ଅଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details