ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ କେବଳ ଭାରତରେ ନୁହେଁ ପୁରା ଦୁନିଆରେ ମଧ୍ୟ ଫେମସ । ତାଙ୍କର ଫ୍ୟାନ୍ସ ସଂଖ୍ୟା ବିଦେଶରେ ମଧ୍ୟ ଆକାଶ ଛୁଆଁ । ଆଉ ଦୀର୍ଘ ବର୍ଷରୁ ସେ ନିଜ ଲୁକ୍ସ ଏବଂ ଅଭିନୟ ପାଇଁ ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଆସୁଛନ୍ତି ।
ହ୍ରିତିକ ମୋଷ୍ଟ ହ୍ୟାଣ୍ଡସମ ମ୍ୟାନ ଇନ ଦ ୱାର୍ଲ୍ଡ
ମିଲେନିୟଲ ହିରୋ ହ୍ରିତିକ ରୋଶନଙ୍କ ନାଁରେ ପୁଣି ଏକ ଉପାଧି । 2019 ‘ମୋଷ୍ଟ ହ୍ୟାଣ୍ଡସମ ମେନ ଇନ ଦ ୱାର୍ଲ୍ଡ’ରେ ଶୀର୍ଷରେ ପାଇଲେ ସ୍ଥାନ ।
ଇତିମଧ୍ୟରେ ସେ ପୁଣିଥରେ ଆଉ ଏକ ଉପଲବ୍ଧି ହାସଲ କରିନେଇଛନ୍ତି । ଆଜ୍ଞା ହଁ, ଚଳତ ବର୍ଷ ଟପ 5 ‘ମୋଷ୍ଟ ହ୍ୟାଣ୍ଡସମ ମେନ ଇନ ଦ ୱାର୍ଲ୍ଡ’ରେ ଶୀର୍ଷ ସ୍ଥାନ ହାସିଲ କରିନେଇଛନ୍ତି । ଆଉ ବାସ୍ତବରେ ଏହି ଉପାଧିର ହକଦାର ମଧ୍ୟ ହେଉଛନ୍ତି ହ୍ରିତିକ କାରଣ ସେ ସବୁଠାରୁ ହ୍ୟାଣ୍ଡସମ ଦେଖାଯାଉଛନ୍ତି ବୋଲି ତାଙ୍କ ଫ୍ୟାନ୍ସ ସବୁବେଳେ କୁହନ୍ତି । ତେଣୁ ତାଙ୍କ ପର୍ସନାଲିଟି ଏବଂ ଲୁକ ସବୁବେଳେ ଲୋକପ୍ରିୟ ରହିଆସୁଛି ।
ପ୍ରକାଶ ଥାଉକି ହ୍ରିତିକଙ୍କ ନିକଟରେ ରିଲିଜ ହୋଇଥିବା ‘ସୁପର 30’ ଫିଲ୍ମଟି ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରି ହିଟ୍ ସାବ୍ୟସ୍ତ ହୋଇଛି । ଫିଲ୍ମରେ ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ଦମଦାର ଅଭିନୟ କରି ପୁଣିଥରେ ଦର୍ଶକଙ୍କ ମନ କିଣିଥିଲେ ହ୍ରିତିକ ।