ଓଡିଶା

odisha

ETV Bharat / sitara

'ସୁପର 30' ଦେଖି କାନ୍ଦିଲେ ନିର୍ଦ୍ଦେଶକ ଶେଖର

ନିକଟରେ ରିଲିଜ ହୋଇଥିବା 'ସୁପର-30' ଫିଲ୍ମଟି କେବଳ ଦର୍ଶକଙ୍କର ନୁହେଁ ବି-ଟାଉନ ଷ୍ଟାର୍ସଙ୍କ ମଧ୍ୟ ମନ କିଣିବାରେ ସଫଳ ହୋଇଛି । ଏବେ ଏହି ଫିଲ୍ମକୁ ଦେଖି ଭାବୁକ ନଜର ଆସୁଛନ୍ତି ଫିଲ୍ମମେକର ଶେଖର କପୁର ।

By

Published : Jul 17, 2019, 9:51 AM IST

ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଚର୍ଚ୍ଚିତ ଫିଲ୍ମ 'ସୁପର 30' ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରିବାରେ ଲାଗିଛି । ଫିଲ୍ମଟି ଦର୍ଶକଙ୍କ ହୃଦୟ କିଣିବା ସହ ଅନ୍ୟ କଳାକାରଙ୍କ ମଧ୍ୟ ମନ କିଣିବାରେ ସଫଳ ହୋଇଛି । ଫିଲ୍ମରେ ହ୍ରିତିକଙ୍କ ଅଭିନୟର ପ୍ରଶଂସା ଏବେ ସବୁ ମହଲରେ ଦେଖିବାକୁ ମିଳୁଛି । ଇତିମଧ୍ୟରେ ଏକ ଖବର ମଧ୍ୟ ଜୋର ଧରିଛି ଯେ ଫିଲ୍ମ ଦେଖିବା ପରେ ଲୋକପ୍ରିୟ ନିର୍ଦ୍ଦେଶକ ଶେଖର କପୁର କାନ୍ଦି ପକାଇଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର

ରିଲିଜର ଚାରି ଦିନରେ 'ସୁପର 30' 57 କୋଟି ଆୟ କରିସାରିଲାଣି । ଅନ୍ୟପଟେ ଫିଲ୍ମକୁ ନେଇ ଶେଖରଙ୍କ ଏକ ଟ୍ବିଟ ସାମ୍ନାକୁ ଆସିଛି । ଯେଉଁଥିରେ ସେ ହ୍ରିତିକଙ୍କ ପ୍ରଶଂସା କରିଛନ୍ତି । ସେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, "ସିନେମାଘରେ ଫିଲ୍ମ ଦେଖିବା ମୋ ପାଇଁ ସୁଖଦ ଅନୁଭବ । ମୁଁ ହଲରେ ବସି ଭାବୁଥିଲି ଯେ କେହି ମୋ ଲୁହ ନଦେଖନ୍ତୁ । କାରଣ ମୁଁ ଫିଲ୍ମ ଦେଖି କାନ୍ଦିଥିଲି । ସୁପର 30 ଏକ ଶାନଦାର କାହାଣୀ ହେବା ସହ ଭିନ୍ନ ଫିଲ୍ମ ମଧ୍ୟ । ହ୍ରିତିକଙ୍କ ପରଫର୍ମନ୍ସ ମତେ ଭାବୁକ କରିଦେଲା ।"

ପ୍ରକାଶ ଥାଉକି 'ସୁପର 30'ର ସ୍ପେଶାଲ ସ୍କ୍ରିନିଂରେ ହ୍ରିତିକଙ୍କ କାମ ଦେଖି ତାଙ୍କ ପରିବାର ସଦସ୍ୟ ମଧ୍ୟ କାନ୍ଦି ପକାଇଥିଲେ । 'ସୁପର 30'ରେ ହ୍ରିତିକ ବିହାରର ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ଦେଖାଯାଇଥିଲେ । ଏହା ଏକ ବାୟୋପିକ ଫିଲ୍ମ ।

For All Latest Updates

ABOUT THE AUTHOR

...view details