ଓଡିଶା

odisha

ETV Bharat / sitara

ସାମ୍ନାକୁ ଆସିଲା ଦାଦା ସାହେବ ଫାଲକେ-2020 ବିଜେତା ତାଲିକା - ବେଷ୍ଟ ଆକ୍ଟ୍ରେସ ଇନ ଟେଲିଭିଜନ-ଦିବ୍ୟାଙ୍କା ତ୍ରିପାଠୀ

ଗତବର୍ଷ ବିଗ ବି ଅମିତାଭ ବଚ୍ଚନଙ୍କୁ ମିଳିଥିଲା ଦାଦା ସାହେବ ଫାଲକେ ପୁରସ୍କାର । ଆଉ ଏଥର ବି-ଟାଉନର ସୁପରଷ୍ଟାର ହ୍ରିତିକ ରୋଶନ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି । ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

hrithik roshan
ଡିଜାଇନ ଫଟୋ

By

Published : Feb 22, 2020, 11:31 PM IST

ମୁମ୍ବାଇ: ମୁମ୍ବାଇରେ ହୋଇଛି ଦାଦା ସାହେବ ଫାଲକେ ପୁରସ୍କାର-2020ର ଘୋଷଣା । ସିନେମା ଜଗତରେ ସେଲିବ୍ରିଟିଙ୍କ ଅବଦାନ ପାଇଁ ଏହି ପୁରସ୍କାର ଦିଆଯାଇଛି । ଏହି ପୁରସ୍କାରରେ ଏବର୍ଷ ସୁପରଷ୍ଟାର ହ୍ରିତିକ ରୋଶନ ବାଜି ମାରି ନେଇଛନ୍ତି। ତାଙ୍କୁ ‘ସୁପର-30’ ଫିଲ୍ମରେ ଶାନଦାର ଅଭିନୟ ପାଇଁ ପୁରସ୍କାର ମିଳିଛି। ତେବେ ଆସନ୍ତୁ ନଜର ପକାଇବା ଅନ୍ୟ ବିଜେତାଙ୍କ ଉପରେ...

1. ‘ସୁପର 30’ ସର୍ବଶ୍ରେଷ୍ଠ ଅଭିନେତା- ହ୍ରିତିକ ରୋଶନ

2. ମୋଷ୍ଟ ପ୍ରୋମିସିଂ ଆକ୍ଟର- କିଚ୍ଚା ସୁଦୀପ

3. ବେଷ୍ଟ ଆକ୍ଟର ଇନ ଟେଲିଭିଜନ ସିରିଜ- ଧୀରଜ ଧୂପର

4. ବେଷ୍ଟ ଆକ୍ଟ୍ରେସ ଇନ ଟେଲିଭିଜନ- ଦିବ୍ୟାଙ୍କା ତ୍ରିପାଠୀ

5. ମୋଷ୍ଟ ଫେଭରେଟ ଟେଲିଭିଜନ ଆକ୍ଟର- ହର୍ଷଦ ଚୋପ୍ରା

6. ମୋଷ୍ଟ ଫେଭରେଟ ଯୋଡି ଇନ ଟେଲିଭିଜନ ସିରିଜ- ସୃଷ୍ଟି ଝା ଓ ସବ୍ବୀର ଅଲୁୱାଲିୟା(କୁମକୁମ ଭାଗ୍ୟ)

7. ବେଷ୍ଟ ରିୟାଲିଟି ଶୋ- ବିଗ ବସ 13

8. ବେଷ୍ଟ ଟେଲିଭିଜନ ସିରିଜ- କୁମକୁମ ଭାଗ୍ୟ

9. ବେଷ୍ଟ ପ୍ଲେବ୍ୟାକ ସିଙ୍ଗର ମେଲ- ଅରମାନ ମଲ୍ଲିକ

10. ମୋଷ୍ଟ ଫ୍ୟାଶନେବଲ ବିଗ ବସ 13 କଣ୍ଟେଷ୍ଟେଣ୍ଟ- ମାହିରା ଶର୍ମା

11. ବେଷ୍ଟ ଆକ୍ଟ୍ରେସ ୱେବ ସିରିଜ- ଦିୟା ମିର୍ଜା (କାଫିରା)

12. ବେଷ୍ଟ ଆଙ୍କର-ମନୀଷ ପଲ

13. ବେଷ୍ଟ ଡିଜିଟାଲ ଫିଲ୍ମ-‘ୟୋର୍ସ ଟ୍ରୁଲୀ’

14. ଡେକେଡ ଷ୍ଟାର 2020- ଅନୁପମ ଖେର

15. ବେଷ୍ଟ ପେପରାଜି ଅଫ ଦ ଇୟର- ମାନବ ମଙ୍ଗଲାନୀ

ପ୍ରକାଶ ଥାଉକି ଗତ ବର୍ଷ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଦାଦା ସାହେବ ଫାଲକେ ପୁରସ୍କାରକୁ ସିନେମାର ପିତାମହ କୁହାଯାଇଥାଏ । ଏହି ପୁରସ୍କାର ଭାରତ ସରକାରଙ୍କ ଦ୍ବାରା ଦିଆଯାଇଥାଏ । ଏହାର ଆରମ୍ଭ 1969ରେ ହୋଇଥିଲା । ପ୍ରଥମ ଥର ଏହି ପୁରସ୍କାର ଅଭିନେତ୍ରୀ ଦେବିକା ରାନୀଙ୍କୁ ଶାନଦାର ଅଭିନୟ ପାଇଁ ମିଳିଥିଲା।

ABOUT THE AUTHOR

...view details