ହାଇଦ୍ରାବାଦ:ଚଳଚ୍ଚିତ୍ର ନିର୍ଦ୍ଦେଶକ ରାକେଶ ରୋଶନ କ୍ରିଶ୍ ଫ୍ରାଞ୍ଚାଇଜର ସିକ୍ୱେଲ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । କହିବାକୁ ଗଲେ ସେ ଏଥିପାଇଁ ପୂରାପୂରି ପ୍ରସ୍ତୁତ ହୋଇସାରିଛନ୍ତି । ଏହି ସମୟରେ, ଖବର ଆସୁଛି ଯେ ଅଭିନେତା ହ୍ରିତିକ ରୋଶନ ଖୁବ ଶୀଘ୍ର କ୍ରିଶ 4 ସୁଟିଂ ପାଇଁ ସୁପରହିରୋ ଭାବେ ଫେରିବାକୁ ଯାଉଛନ୍ତି । ଖବର ଅନୁଯାୟୀ ଏହାର ସୁଟିଂ ଚଳିତ ବର୍ଷ ଜୁନ୍ ମାସରେ ଆରମ୍ଭ ହେବ । ଏହି ଚଳଚ୍ଚିତ୍ରର ତିନୋଟି ଅଂଶ ସୁପର ହିଟ୍ ହୋଇଛି । ଫିଲ୍ମରେ ସୁପରହିରୋ ଭାବରେ ହ୍ରିତିକଙ୍କୁ ଦର୍ଶକ ବହୁତ ଭଲପାଇବା ଦେଇଛନ୍ତି । କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ଜଣେ ନୂଆ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇପାରେ ।
ରାକେଶ ରୋଶନ ଏବଂ ହ୍ରିତିକ ରୋଶନ ଏହା ଫାଇନାଲ କରିନାହାନ୍ତି ଯେ, କ୍ରିଶ 4 ରେ କିଏ ମୁଖ୍ୟ ଅଭିନେତ୍ରୀ ହେବ । କିନ୍ତୁ ବଲିଉଡର କରିଡରରେ ଏକ ଆଲୋଚନା ହେଉଛି ଯେ ଦୀପିକା ପାଦୁକୋନ ଏହି ଚଳଚ୍ଚିତ୍ରରେ ମିଖ୍ୟ ଭୂମିକାରେ ଅଭିନୟ କରିପାରନ୍ତି। ତେବେ ବର୍ତ୍ତମାନ ତ ହ୍ରିତିକ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବିକ୍ରମ ବେଦା'ର ସୁଟିଂ ଶେଷ କରିବେ ଏବଂ ଦୀପିକାଙ୍କ ସହ' ଫାଇଟର୍'ର ସୁଟିଂ ଆରମ୍ଭ କରିବେ ।