ଓଡିଶା

odisha

ETV Bharat / sitara

ଆଉ ମୁହାଁମୁହିଁ ହେବେନି କଙ୍ଗନା ଓ ହ୍ରିତିକ

ଯେଉଁଠାରେ କଙ୍ଗନା ରଣାୱତଙ୍କ ଫିଲ୍ମ 'ମେଣ୍ଟାଲ ହେ କ୍ୟା' ଜୁନ 21ରେ ରିଲିଜ ହେବାକୁ ଯାଉଛି, ସେହିଠାରେ ହ୍ରିତିକ ରୋଶନଙ୍କ ଫିଲ୍ମ 'ସୁପର-30' ଜୁଲାଇ 12ରେ ରିଲିଜ ହେବ । ପୂର୍ବରୁ ଶୁଣିବାକୁ ମିଳୁଥିଲା ଏହି ଦୁଇ ଫିଲ୍ମ ବକ୍ସ ଅଫିସରେ ଏକାଠି ରିଲିଜ ହେବ ବୋଲି ।

By

Published : May 27, 2019, 10:08 PM IST

ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆଗାମୀ ଫିଲ୍ମ 'ସୁପର-30' ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ ଫିଲ୍ମଟି ଜୁଲାଇ 26ରେ ରିଲିଜ ହେବାରେ ଥିଲା । ଅନ୍ୟପଟେ କୁଇନ କଙ୍ଗନା ରଣାୱତଙ୍କ ଚର୍ଚ୍ଚିତ ଫିଲ୍ମ 'ମେଣ୍ଟାଲ ହେ କ୍ୟା' ମଧ୍ୟ ଠିକ୍ ଏହି ଦିନରେ ରିଲିଜ ହେବାର ଥିଲା । କିନ୍ତୁ ଏବେ ବକ୍ସ ଅଫିସରେ ଆଉ ମୁହାଁମୁହିଁ ହେବେ ନାହିଁ ଏହି ଦୁଇ ଫିଲ୍ମ । କାରଣ ଏହି ଦୁଇ ଫିଲ୍ମ ରିଲିଜ ତାରିଖ ପରିବର୍ତ୍ତନ ହୋଇଯାଇଛି ।

କାରଣ ଏହି ଟକ୍କରରୁ ବଞ୍ଚିବା ପାଇଁ ହ୍ରିତିକ ଫିଲ୍ମ ନିର୍ମାତାଙ୍କୁ ଫିଲ୍ମ ରିଲିଜ ତାରିଖ ବଦଳାଇବାକୁ କହିଥିଲେ । ଅନେକ ତର୍କବିର୍ତକ ପରେ ନିର୍ମାତା ହ୍ରିତିକଙ୍କ କଥା ମାନି ନେଇ ଫିଲ୍ମର ରିଲିଜ ତାରିଖ ଜୁଲାଇ 12 କରିଦେଇଛନ୍ତି । ରିଲାଏନ୍ସ ଏଣ୍ଟରଟେନମେଣ୍ଟର ସିଇଓ ଶିବାଶୀଷ ସରକାର ଏକ ଟ୍ବିଟି ଜରିଆରେ ଦର୍ଶକଙ୍କୁ 'ସୁପର-30' ରିଲିଜ ତାରିଖ ବିଷୟରେ ସୂଚନା ଦେଇଛନ୍ତି ।

'ସୁପର-30'ର ପାଖାପାଖି ତିନିଥର ରିଲିଜ ତାରିଖ ପରିବର୍ତ୍ତନ କରାସରିଲାଣି । ଯାହାକୁ ନେଇ ଆଶ୍ଚର୍ଯ୍ୟ ଦର୍ଶକ । ପ୍ରକାଶ ଥାଉକି ପୂର୍ବରୁ ଏବର୍ଷ ଜାନୁଆରୀ 25ରେ ଫିଲ୍ମଟି ରିଲିଜ ହେବାର ଥିଲା । ତେବେ ମଧ୍ୟ କଙ୍ଗନାଙ୍କ ଫିଲ୍ମ 'ମଣିକର୍ଣ୍ଣିକା' ରିଲିଜ ହୋଇଥିଲା । କଙ୍ଗନାଙ୍କ ବ୍ୟତୀତ ଫିଲ୍ମଟି ଅନ୍ୟ ଏକ କାରଣ ପାଇଁ ମଧ୍ୟ ରିଲିଜ ହୋଇପାରିନଥିଲା।

କଥାଟି ହେଲା କି ଫିଲ୍ମ ନିର୍ଦ୍ଦେଶକ ବିକାସ ବହଲଙ୍କ ନାମ #MeToo ଅଭିଯାନରେ ସମ୍ପୃକ୍ତ ହେବା ପରେ ଫିଲ୍ମର ପ୍ରଡକ୍ସନର କିଛି କାମ ବାକି ରହିଯାଇଥିଲା । ଯାହା ଦ୍ବାରା ଫିଲ୍ମ ରିଲିଜ ହେବାରେ ବାଧା ସୃଷ୍ଟି ହୋଇଥିଲା ।

ଏବେ ଦେଖିବାକୁ ବାକି ରହିଲା କି ବାସ୍ତବରେ ଜୁଲାଇ 12ରେ ହ୍ରିତିକଙ୍କ 'ସୁପର-30' ରିଲିଜ ହେବ କି ନାହିଁ ।

For All Latest Updates

ABOUT THE AUTHOR

...view details