ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଖୁବ୍ ଶୀଘ୍ର ନିଜର ବହୁ ପ୍ରତିକ୍ଷିତ ଫିଲ୍ମ 'ସୁପର-30' ରେ ପରଦାକୁ ଫେରିବାକୁ ଯାଉଛନ୍ତି । ଏହି ଫିଲ୍ମ ପାଇଁ ହ୍ରିତିକ ନିଜ ଲୁକରୁ ନେଇ ଶରୀର ପର୍ଯ୍ୟନ୍ତ ପରିବର୍ତ୍ତନ କରିବାକୁ ଖୁବ୍ ପରିଶ୍ରମ କରିଛନ୍ତି । 'ସୁପର-30' ଭୂମିକା ପାଇଁ ହ୍ରିତିକ୍ ଓଜନ କମ କରିଥିଲେ । ସେ ନିଜ ଓଜନ କମ କରିବାର ଯେଉଁ ଉପାୟ ଆପଣାଇଥିଲେ ତାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଥିପାଇଁ ସେ ସବୁବେଳେ ଲିଟ୍ଟି-ଚୋଖା ଖାଉଥିଲେ ।
ପ୍ରକାଶ ଥାଉକି 'ସୁପର-30' ପାଇଁ ହ୍ରିତିକଙ୍କୁ ସାଧାରଣ ବ୍ୟକ୍ତି ପରି ଦେଖାଯିବାର ଥିଲା । ସେ ଅନେକ ଦିନ ପର୍ଯ୍ୟନ୍ତ ଜିମ ଯାଇନଥିଲେ ଏବଂ ଖାସ୍ ଡାଏଟ ପ୍ଲାନ କରି ଓଜନ କମ କରିଥିଲେ । ଏହାସହ ସେ ନିଜ ଲୁକ୍ସ ମଧ୍ୟ ପରିବର୍ତ୍ତନ କରିନେଇଛନ୍ତି ।