ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆକ୍ସନ୍ ଫିଲ୍ମ 'ୱାର୍'କୁ ପୁରିଛି ୨ ବର୍ଷ । ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ଆକ୍ସନକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମକୁ ୨ ବର୍ଷ ପୁରିବା ପରେ ହ୍ରିତିକ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଫିଲ୍ମର ସ୍କ୍ରିପ୍ଟକୁ ପଢି ହ୍ରିତିକ ଉତ୍ସାହିତ ହୋଇନଥିଲେ ବୋଲି କହିଛନ୍ତି ହ୍ରିତିକ ।
ହ୍ରିତିକ ଫିଲ୍ମକୁ ନେଇ ଉତ୍ସାହିତ ନ ହେବା ପରେ ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କ ନିକଟକୁ ଧାଇଁଥିଲେ ଏବଂ ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ କହିଥିଲେ । ଧୁମ-୨ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା ଦେଖାଇଥିଲେ । ଏହାପରେ ଭଲ ଭାବେ ପୁଣି ସ୍କ୍ରିପ୍ଟ ପଢିଥିଲେ ହ୍ରିତିକ । ଧୀରେ ଧୀରେ ସେ ଫିଲ୍ମଟିର ମଜା ନେଇଥିଲେ । ଏହାପରେ ସେ ମେକର୍ସଙ୍କ ଉପରେ ଭରସା ଜନ୍ମାଇ ଫିଲ୍ମଟିକୁ ସାଇନ କରିଥିଲେ । 'ୱାର୍' ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ବାରା ନିର୍ମିତ ହୋଇଥିଲା ଫିଲ୍ମ । ହ୍ରିତିକଙ୍କ ସମେତ ଟାଇଗର ଶ୍ରଫ ଏବଂ ବାଣୀ କପୁର ମଧ୍ୟ ଅଭିନୟ କରିଥିଲେ ।