ଓଡିଶା

odisha

ଏକାଠି ଫିଲ୍ମ ଦେଖିଲେ ହ୍ରିତିକ-ସୁଜୈନ

By

Published : Mar 27, 2021, 10:42 AM IST

ହଲିଉଡ ଫିଲ୍ମ ‘ଗଡଜିଲା ଭର୍ସେସ୍ କଙ୍ଗ’ ଶୁକ୍ରବାର ରିଲିଜ ହୋଇଯାଇଛି । ଯାହାକୁ ଦେଖିବାକୁ ହଲରେ ପହଞ୍ଚିଥିଲେ ହ୍ରିତିକ ଓ ସୁଜୈନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଗୁରୁବାର ପୂର୍ବତନ ପତ୍ନୀ ସୁଜୈନ ଖାନଙ୍କ ସହ ନଜର ଆସିଥିଲେ । ଏହି ଯୋଡି ଏକାଠି ପୁଣିଥରେ ମୁମ୍ବାଇ ଜୁହୁ ସ୍ଥିତ ପିଭିଆର ଫିଲ୍ମ ଦେଖିବାକୁ ଯାଇଥିଲେ । ସୁଜୈନଙ୍କ ଭାଇ ଜୈଦ ମଧ୍ୟ ଦୁହେଁଙ୍କ ସାଥିରେ ଥିଲେ । ଏଥର ଏହି ଯୋଡି ହଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଡଜିଲା ଭର୍ସେସ୍ କଙ୍ଗ’ ଦେଖିବାକୁ ଏକାଠି ପହଞ୍ଚିଥିଲେ । ନିକଟରେ ଫିଲ୍ମରେ ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା ।

ପୂର୍ବରୁ ମଧ୍ୟ ଏହି ଯୋଡି ଏକାଠି ଫିଲ୍ମ ଦେଖିବାକୁ ଅନେକ ଥର ଯାଇ ସାରିଛନ୍ତି । ଆଉ ସାଥିରେ ଦୁଇ ପୁଅ ମଧ୍ୟ ନଜର ଆସିଛନ୍ତି ।

ପ୍ରକାଶ ଥାଉକି ହ୍ରିତିକ ଓ ସୁଜୈନ 2013ରେ ପରସ୍ପରକୁ ଛାଡପତ୍ର ଦେଇଥିଲେ । ହେଲେ ଦୁଇ ପୁଅ ପାଇଁ ପ୍ରାୟତଃ ଏହି ଯୋଡି ଏକାଠି ରହୁଛନ୍ତି । ଛାଡପତ୍ର ପରେ ମଧ୍ୟ ହ୍ରିତିକ, ସୁଜୈନ ପରସ୍ପରର ଭଲ ବନ୍ଧୁ ପରି ସାଥିରେ ଠିଆହୋଇଛନ୍ତି । ସେହିପରି ଲକଡାଉନ ସମୟରେ ପୁରା ପରିବାର ଏକାଠି ରହିଥିଲେ । ଯାହାର ଅନେକ ଫଟୋ, ଭିଡିଓ ପ୍ରାୟତଃ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।

ABOUT THE AUTHOR

...view details