ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରେ ବଲିଉଡରେ ନେପଟିଜିମକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରତିଦିନ ଏହି ପ୍ରସଙ୍ଗରେ ଅନେକ ନିଜ ନିଜ ମତ ରଖିବା ସହ ଷ୍ଟାରକିଡଙ୍କୁ କରୁଛନ୍ତି ଟାର୍ଗେଟ । ସେମାନଙ୍କ କ୍ବାଲିଫିକେସନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଉଛନ୍ତି । ତେବେ ଆମେ ସମସ୍ତେ ଏହି ଷ୍ଟାର କିଡଙ୍କର ଅଭିନୟ ଏବଂ ଫ୍ୟାଶନ ବିଷୟରେ ତ ଅନେକ କଥା ଜାଣିଛେ ମାତ୍ର ଆଜି ଆମେ ସେମାନଙ୍କ ଶିକ୍ଷା ବିଷୟରେ ଜଣାଇବୁ ।
ସୌଫ ଅଲି ଖାନ ଏବଂ ଅମୃତା ଖାନଙ୍କ ତନୟା ସାରା ଅଲି ଖାନ । ସେ ଫିଲ୍ମ 'କେଦାରନାଥ' ଏବଂ 'ସିମ୍ବା' ଜରିଆରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ । ତେବେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ କଲମ୍ବିଆ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ସାରା ଜଣେ ଭଲ ଛାତ୍ରୀ ଥିଲେ ।
ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଫିଲ୍ମ 'ଧଡକ' ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ସେ ଧୀରୁବାଇ ଇଣ୍ଟରନ୍ୟାସନାଲ ସ୍କୁଲରୁ ତାଙ୍କ ପାଠପଢା ଆରମ୍ଭ କରିଥିଲେ । ଜାହ୍ନବୀ ଫିଲ୍ମରେ ଏଣ୍ଟ୍ରି କରିବା ପୂର୍ବରୁ କାଲିଫର୍ଣ୍ଣିଆର ଲି ଷ୍ଟ୍ରାସବର୍ଗ ଥିଏଟର ଏବଂ ଫିଲ୍ମ ଇନଷ୍ଟିଚ୍ୟୁଟରେ ଏକ ଅଭିନୟ କୋର୍ସ କରିଥିଲେ ।