ହାଇଦ୍ରାବାଦ:ଫେମସ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି' ପ୍ରେକ୍ଷାଳୟରେ ଚାଲିଛି । ଫିଲ୍ମ ଗତକାଲି ଅର୍ଥାତ ଫେବୃଆରୀ 25ରେ ରିଲିଜ ହୋଇସାରିଛି। ଫିଲ୍ମକୁ ନେଇ କ୍ରିଟିକ୍ସ ଏବଂ ଦର୍ଶକଙ୍କ ପ୍ରତିକ୍ରିୟା ଭଲ ଆସୁଛି । ଏନେଇ ଆଲିଆ ଭଟ୍ଟଙ୍କୁ ପଚରାଯାଇଥିଲା କି, ରଣବୀର କପୁର ଏହି ଫିଲ୍ମ ଉପରେ କଣ ରିଆକ୍ସନ ଦେଇଛନ୍ତି । ଏହି ପ୍ରଶ୍ନର ଉତ୍ତରରେ ଆଲିଆ କିଛି ମଜାଳିଆ କଥା କହିଛନ୍ତି ।
ଆଲିଆ ଭଟ୍ଟ ବର୍ତ୍ତମାନ ମୁମ୍ବାଇରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'ର ପ୍ରମୋସନ କରୁଛନ୍ତି । ସେ ଖୋଲାଖୋଲି ଭାବେ ତାଙ୍କ ପ୍ରଶଂସକଙ୍କ ଭିତରେ ନଜର ଆସୁଛନ୍ତି । ଯେତେବେଳେ ସାମ୍ବାଦିକମାନେ ଫିଲ୍ମକୁ ନେଇ ତାଙ୍କ ପ୍ରେମିକ ରଣବୀର କପୁରଙ୍କ ପ୍ରତିକ୍ରିୟା ପଚାରିଥିଲେ, ସେତେବେଳେ ଆଲିଆଙ୍କଠାରୁ ହିଁ ଶୁଣନ୍ତୁ, ରଣବୀର ଫିଲ୍ମକୁ ନେଇ କ’ଣ କହିଛନ୍ତି ।