ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର 'ଷ୍ଟାଇଲିସ୍ ଷ୍ଟାର୍' ଅଲୁ ଅର୍ଜୁନଙ୍କ ନାମ ଏବେ ସମସ୍ତଙ୍କ ମୁହଁରେ । ଏହାର କାରଣ ହେଉଛି ନିକଟରେ ରିଲିଜ୍ ହୋଇଥିବା ଅଭିନେତାଙ୍କ ଫିଲ୍ମ ' ପୁଷ୍ପା-ଦ ରାଇଜ୍'' । ଏହି ଚଳଚ୍ଚିତ୍ରଟି ରାତାରାତି ଅଲୁ ଅର୍ଜୁନଙ୍କୁ 'ବାହୁବଳୀ’ ଅଭିନେତା ପ୍ରଭାସଙ୍କ ପରି ଫେମସ କରିପାରିଛି, କିନ୍ତୁ ଅଲୁ ଅର୍ଜୁନରୁ 'ପୁଷ୍ପା' ହେବା ଏତେ ସହଜ ନଥିଲା । ଅଭିନେତାଙ୍କୁ 'ପୁଷ୍ପା'ରେ ଟ୍ରାନ୍ସଫର୍ମ କରାଯାଉଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ଫୁଲ ଭଳି ନାଁ ଥିବା ପୁଷ୍ପା ଚରିତ୍ରକୁ 'ଫାୟାର'ରେ ପରିବର୍ତ୍ତନ କରାଯାଉଥିବା ଦେଖାଯାଉଛି । ଏହି ଭିଡିଓଟି ଅଲୁ ଅର୍ଜୁନଙ୍କ 'ପୁଷ୍ପା' ଟ୍ରାନ୍ସଫରମେସନ ବା ରୂପାନ୍ତରଣର ଅଟେ । ପୁଷ୍ପା ଟ୍ରାନ୍ସଫରମେସନର ଭିଡିଓ ସୋସିଆଲ ମିଡିଆରେ ଫାୟର ପରି ବ୍ୟାପୁଛି ।
ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଅଲୁ ଅର୍ଜୁନ ଏକ କଳା ରଙ୍ଗର ବିଳାସପୂର୍ଣ୍ଣ କାରରୁ ଓହ୍ଲାଇ ଭ୍ୟାନିଟି ଭ୍ୟାନକୁ ଯାଉଛନ୍ତି । ଅଲୁ ଚଷମା ପିନ୍ଧିଛନ୍ତି ଏବଂ ଏକ କଳା ପୋଷାକରେ ଅଛନ୍ତି । ଗୋଟିଏ ପଟେ ଅଲୁ କଫି ପିଉଛନ୍ତି ଏବଂ ଅନ୍ୟ ପଟେ ମେକଅପ୍ ଆର୍ଟିଷ୍ଟ ତାଙ୍କୁ ମେକଅପ୍ ସହିତ 'ପୁଷ୍ପା' ଭୂମିକାରେ ସଜାଉଛନ୍ତି । କୁଞ୍ଚିତ କେଶରେ ତାଙ୍କୁ 'ପୁଷ୍ପା' ଗେଟଅପ୍ ଦିଆଯାଉଛି । ମେକଅପର ଶେଷରେ ଅଲୁଙ୍କ ମୁହଁରେ ଏକ କଳା ଦାଗ ମଧ୍ୟ ଲଗାଯାଉଛି । ଭ୍ୟାନିଟି ଭ୍ୟାନରୁ ସାମ୍ନାକୁ ଆସିଥିବା ଏହାର ଏକ ଜବରଦସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।