ଓଡିଶା

odisha

ETV Bharat / sitara

‘ମଦ ଦୋକାନକୁ ଲାଇସେନ୍ସ ଦେବା ବନ୍ଦ କରନ୍ତୁ ସରକାର’ - ଫେମସ ରାପର ୟୋ ୟୋ ହନି ସିଂଙ୍କ ବଡ ଖୁଲାସା

ଫେମସ ରାପର ୟୋ ୟୋ ହନି ସିଂଙ୍କ ବଡ ବୟାନ । ସରକାରଙ୍କ ପାଖରେ ରଖିଲେ ଏହି ସର୍ତ୍ତ। ତାଙ୍କ ଉପରେ ଲାଗିଛି ମଦକୁ ପ୍ରୋତ୍ସାହନ ଦେବା ଅଭିଯୋଗ ।

honey singh
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହନି ସିଂ

By

Published : Mar 5, 2020, 11:27 PM IST

ମୁମ୍ବାଇ: ସବୁବେଳେ ନିଜ ଗୀତ ପାଇଁ ଚର୍ଚ୍ଚାରେ ରହୁଥିବା ୟୋ ୟୋ ହନି ସିଂଙ୍କ ନୂଆ ଗୀତ ‘ଲୋକା’ ନିକଟରେ ରିଲିଜ ହୋଇଯାଇଛି। ଯାହାର ଯାଦୁ ୟୁଟ୍ୟୁବରେ ଏଯାବତ ଦେଖିବାକୁ ମିଳୁଛି। ଇତିମଧ୍ୟରେ ସେ ମଦକୁ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି। ନିଜ ଗୀତ ଜରିଆରେ ସେ ମଦ ପିଇବାକୁ ପ୍ରୋତ୍ସାହିତ କରୁଥିବାର ଅଭିଯୋଗ ଲାଗିଥିଲା। ଏହି ମାମଲାରେ ସେ କହିଛନ୍ତି ମଦ ଯେକୌଣସି ପାର୍ଟି ଏବଂ ସେଲିବ୍ରେସନର ମୁଖ୍ୟ ଜିନିଷ। ମଦ ବିନା ପାର୍ଟିରେ ମଜା ଆସିନଥାଏ।

ଏକ ସାକ୍ଷାତକାରରେ ଯୋଗ ଦେଇ ସେ ଏପରି କହିଥିଲେ । ଯେଉଁଦିନ ସରକାର ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦେବା ବନ୍ଦ କରିଦେବେ । ସେହି ଦିନ ସେ ନିଜ ଗୀତରେ ମଦ ଶବ୍ଦ ବ୍ୟବହାର କରିବା ଛାଡି ଦେବେ ବୋଲି କହିଥିଲେ । ସେ ନିଜ ‘ଲୋକା’ ଗୀତ ଲଞ୍ଚିଂ ସମୟରେ ମିଡିଆ ସହ ଏହି ବିଷୟରେ ଆଲୋଚନା କରିଥିଲେ। ତାଙ୍କ ଅନେକ ପୁରୁଣା ଗୀତ ପରି ‘ଲୋକା’ରେ ମଧ୍ୟ ମଦ ଶବ୍ଦର ବ୍ୟବହାର କରାଯାଇଛି।

ପ୍ରକାଶ ଥାଉକି କିଛି ବର୍ଷ ପୂର୍ବରୁ ହନି ଅଧିକ ମଦ ପିଇବା ଯୋଗୁ ରିହାବ ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଆଉ ସେଠାରୁ ସୁସ୍ଥ ହୋଇ ସେ ଫେରିଥିଲେ। ଏହି ମାମଲାରେ ସେ କହିଥିଲେ ଯେ ଏହା ସବୁ ଉଡା ଖବର ସେ କେବେ ମଧ୍ୟ ରିହାବରେ ଭର୍ତ୍ତି ହୋଇନଥିଲେ। ତାଙ୍କ ପ୍ରତିଛବିକୁ ଖରାପ କରାଯିବା ପାଇଁ ଏପରି ଉଡା ଖବର କୁହାଯାଇଥିଲା।

ABOUT THE AUTHOR

...view details