ୱାଶିଂଟନ: କୋରୋନା ଭାଇରସକୁ ନେଇ ଭୟଭିତ ବିଶ୍ବ । ଲକ୍ଷରୁ ଅଧିକ ଲୋକ ଏହି ସଂକ୍ରମଣରେ ଆକ୍ରାନ୍ତ ହୋଇସାରିଲେଣି । ସେହିପରି କୋରୋନାରେ ସଂକ୍ରମିତ ହୋଇ ଜୀବନ ହାରିଛନ୍ତି ହଲିଉଡର ଫେମସ ଆକ୍ଟର ମାର୍କ ବ୍ଲମ । 69 ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଛି।
କୋରୋନାରେ ଚାଲିଗଲା ହଲିଉଡ ଅଭିନେତା ମାର୍କଙ୍କ ଜୀବନ - କୋରୋନା ଭାଇରସ ସଂକ୍ରମଣ
କୋରୋନା ଭାଇରସରେ ନେଲା ଆଉ ଏକ ଜୀବନ। ହଲିଉଡ ଆକ୍ଟର ମାର୍କ ବ୍ଲମ ପ୍ରଥମ ଏମିତି ଆକ୍ଟର, ଯାହାରଙ୍କ ମୃତ୍ୟୁ କୋରୋନା ଭାଇରସରେ ହୋଇଛି।
ଏହାର ସୂଚନା ବୋର୍ଡୱଏ ଥିୟଟର କମ୍ପାନୀ ପ୍ଲେରାଇଟ୍ସ ହରିଜନ୍ସ ଦ୍ବାରା ଗୁରୁବାର ତାଙ୍କ ମୃତ୍ୟୁର ସୂଚନା ସୋସିଆଲ ମିଡିଆରେ ଦିଆଯାଇଥିଲା । ଅନ୍ୟପଟେ ତାଙ୍କ ପତ୍ନୀ ଜନେଟ ଜର୍ଶି ମଧ୍ୟ ମେଲ ଜରିଆରେ ତାଙ୍କ ମୃତ୍ୟୁ ଖବରକୁ କନଫର୍ମ କରିଛନ୍ତି। ଗତ 25 ତାରିଖରେ ତାଙ୍କ ମଧ୍ୟରେ କୋରୋନା ଭାଇରସ ସମସ୍ୟା ଦେଖାଦେଇଥିଲା।
ମାର୍କ ନ୍ୟୁୟର୍କର ପ୍ରେସବାଇଟ୍ରେନିୟାନ ମେଡିକାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପ୍ରକାଶ ଥାଉକି ମାର୍କ ‘desperately seeking susan’, ‘crocodile dundee’ ଏବଂ ନେଟଫ୍ଲିକ୍ସ ସିରିଜ ‘you’ରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। ଖାଲି ଏତିକି ନୁହେଁ ମାର୍କ ଥିଏଟରର ମଧ୍ୟ ଶାନଦାର କଳାକାର ଥିଲେ ।