ଓଡିଶା

odisha

By

Published : Feb 4, 2021, 9:44 AM IST

ETV Bharat / sitara

ବର୍ଷିଲେ ଲତାଦିଦି, କହିଲେ ‘ସମସ୍ୟାର ସମାଧାନ ପାଇଁ ଆମେ ସକ୍ଷମ’

ଭାଇରାଲ ହେଲା ଲତାଙ୍କ ଟ୍ବିଟ । ରିହାନାଙ୍କ ଟ୍ବିଟର ଜବାବରେ ଲେଖିଛନ୍ତି ମନ କଥା । ନିକଟରେ ଚାଷୀ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ଦେଇଥିଲେ ରିହାନା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଚାଷୀ ଆନ୍ଦୋଳନ ସମର୍ଥନ କରୁଥିବା ଆମେରିକୀୟ ପପ୍ ଗାୟକ ରିହାନାଙ୍କ ଏକ ଟ୍ବିଟ ପରେ ସାରା ଦେଶରେ ଉତ୍ତେଜନା ଦେଖା ଦେଇଛି। କିଛି ସେଲିବ୍ରିଟି ତାଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ଆପତ୍ତି ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛନ୍ତି ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକର । ଅକ୍ଷୟ କୁମାର, ଅଜୟ ଦେବଗନ, ସୁନୀଲ ସେଟ୍ଟୀ ଏବଂ କରନ ଜୋହରଙ୍କ ସମେତ ବିଭିନ୍ନ ସେଲିବ୍ରିଟି ପ୍ରତିକ୍ରିୟା ଦେଇସାରିବା ପରେ ଏବେ ଦେଖିବାକୁ ମିଳୁଛି ଲତାଙ୍କ ପ୍ରତିକ୍ରିୟା । ମିଥ୍ୟା ପ୍ରଚାରରୁ ଦୂରେଇ ରହିବାକୁ ନେଇ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ସେ ।

ଆଉ ଟ୍ବିଟ କରି ଲେଖିଛନ୍ତି, ‘ଭାରତ ଏକ ଶକ୍ତିଶାଳୀ ରାଷ୍ଟ୍ର ଏବଂ ଆମେ ସମସ୍ତେ ଭାରତୀୟ ଏହା ପାଇଁ ଗର୍ବିତ ଅନୁଭବ କରୁଛୁ । ଜଣେ ଗର୍ବୀ ଭାରତୀୟ ଭାବରେ, ମୋର ଦୃଢ ବିଶ୍ବାସ ଯେକୌଣସି ସମସ୍ୟା କିମ୍ବା ବିବାଦ ହେଉ ନାଁ କାହିଁକି ଏହାକୁ ସମାଧାନ କରିବାକୁ ଆମେ ସକ୍ଷମ ଅଟୁ । ଜୟ ହିନ୍ଦୀ ।’

ପ୍ରକାଶ ଥାଉକି ଲତାଙ୍କ ପୂର୍ବରୁ ଅଜୟ, ଅକ୍ଷୟ ଓ କଙ୍ଗନା ମଧ୍ୟ ଖରାପ ପ୍ରଚାର ପ୍ରସାର ବିରୋଧ କରିବାକୁ ଦେଶବାସୀଙ୍କୁ ଅନୁରୋଧ କରିସାରିଛନ୍ତି ।

ABOUT THE AUTHOR

...view details