ୱାଶିଂଟନ: ଫେମସ ହଲିଉଡ ଗାୟିକା ମେରି ମିଲବେନ ଆମେରିକାର ରାଷ୍ଟ୍ରପତି ଜୋ ବିଡେନଙ୍କୁ ଏକ ଭିଡିଓ ବାର୍ତ୍ତା ପଠାଇ ତାଙ୍କୁ କୋରୋନା ଦ୍ବିତୀୟ ଲହରରେ ଲଢୁଥିବା ଭାରତକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି। କୋରୋନା ଟିକା ବିତରଣରେ ଆମେରିକୀୟ ନାଗରିକଙ୍କୁ ଅଗ୍ରାଧିକାର ଦେଇଥିବାରୁ ବିଡେନଙ୍କୁ ପ୍ରଶଂସା କରୁଥିବାବେଳେ ମିଲବେନ କହିଛନ୍ତି ଯେ ଆମେରିକାରେ ଜିନିଷ ଭଲ ହେବାରେ ଲାଗିଛି କିନ୍ତୁ ଭାରତ ଏବେ ବି ବହୁତ ଖରାପ ସ୍ଥିତିରେ ଅଛି।
ହଲିଉଡ ଗାୟିକା ମେରିଙ୍କୁ ଘାରିଛି ଭାରତ ଚିନ୍ତା, ଲୋଡିଲେ ବାଇଡେନଙ୍କ ସହାୟତା
ଭିଡିଓ ସେୟାର କରି ଭାରତର ସାହାଯ୍ୟ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ କହିଲେ ଗାୟିକା ମେରି । ଭାଇରାଲ ହେଲା ଭିଡିଓ । ଅଧିକ ପଢନ୍ତୁ...
ସୋମବାର ଦିନ ପ୍ରକାଶିତ ଏକ ଭିଡିଓ ବାର୍ତ୍ତାରେ ମିଲବେନ କହିଥିଲେ, ‘ ଆମେରିକାର ରାଷ୍ଟ୍ରପତି ଭାରତକୁ ସାହାଯ୍ୟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ। କଞ୍ଚାମାଲ ଉପରେ ପ୍ରତିବନ୍ଧକ ହଟାଇଥିବାରୁ ଧନ୍ୟବାଦ । ଭଲ ପଦକ୍ଷେପ । ହେଲେ ଆମକୁ ଅଧିକ କରିବା ଆବଶ୍ୟକ ଅଛି । ଆମେ ଭାରତକୁ ଟିକା ସପ୍ଲିମେଣ୍ଟ ଦେଇପାରିବା । ଆମେରିକୀୟ ନାଗରିକମାନଙ୍କୁ ଟୀକାକରଣ ପାଇଁ ଗତ ବର୍ଷ ଯେପରି ଅପରେସନ୍ ୱାର୍ ସ୍ପିଡ୍ ଅଭିଯାନ ଆରମ୍ଭ ହୋଇଥିଲା ସେହିପରି ସରକାରୀ-ବେସରକାରୀ ସହଭାଗୀତା ଆରମ୍ଭ କରିପାରିବା। ସାହସ ଦେଖାନ୍ତୁ ଏବଂ ଭାରତକୁ ସାହାଯ୍ୟ କର।’
ମେରିଙ୍କ ବ୍ୟତୀତ ବର୍ତ୍ତମାନ ଆମେରିକାରେ ଥିବା ପ୍ରିୟଙ୍କା ଚୋପ୍ରା ମଧ୍ୟ ଭାରତକୁ ସାହାଯ୍ୟ କରିବା ପାଇଁ ଆମେରିକାକୁ ଅନୁରୋଧ କରିଛନ୍ତି ।