ଓଡିଶା

odisha

ETV Bharat / sitara

ବିବାହ ବିଚ୍ଛେଦ ଖବରକୁ ଗୁଜବ କହିଲେ ସୁନିଧିଙ୍କ ସ୍ବାମୀ - ବିଶିଷ୍ଟ ମ୍ୟୁଜିକ କମ୍ପୋଜର ହିତେଶ ସୋନିକଙ୍କ ବଡ ଖୁଲାସା

ବଲିଉଡରେ ପ୍ରାୟତଃ ସେଲିବ୍ରିଟିଙ୍କ ବୈବାହିକ ଜୀବନ ବିଷୟରେ ଚର୍ଚ୍ଚା ଜୋର ଧରିଥାଏ। ଏବେ ନିଜ ବିବାହ ବିଚ୍ଛେଦକୁ ଖଣ୍ଡନ କରିଛନ୍ତି ସୁନିଧି ଚୌହାନଙ୍କ ସ୍ବାମୀ ହିତେଶ ସୋନିକ।

hitesh sonik
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୁନିଧି ଚୌହାନ

By

Published : Apr 22, 2020, 1:02 PM IST

ମୁମ୍ବାଇ: ଲୋକପ୍ରିୟ ଗାୟିକା ସୁନିଧି ଚୌହାନ ବିଶିଷ୍ଟ ମ୍ୟୁଜିକ କମ୍ପୋଜର ହିତେଶ ସୋନିକଙ୍କ ସହ ବିବାହ କରିଛନ୍ତି। ଦୁଇଜଣଙ୍କ ବିବାହକୁ ପାଖାପାଖି 8 ବର୍ଷ ପୁରଣ ହୋଇସାରିଲାଣି। ଏହି ଯୋଡିଙ୍କର ଦୁଇ ବର୍ଷ ପୁଅ ମଧ୍ୟ ଅଛି। ହେଲେ କିଛି ଦିନରୁ ଏମିତି ଖବର ଶୁଣିବାକୁ ମିଳିଆସୁଛି । ଯାହା ତାଙ୍କ ଫ୍ୟାନ୍ସଙ୍କୁ ନିରାଶ କରିଛି। ଆଜ୍ଞା ହଁ, ସୁନିଧିଙ୍କ ବୈବାହିକ ଜୀବନରେ କିଛି ଠିକ୍ ନାହିଁ। ଆଉ ବର୍ତ୍ତମାନ ପରସ୍ପରଠୁ ଅଲଗା ରହୁଛନ୍ତି ଏହି ଯୋଡି ବୋଲି ଚର୍ଚ୍ଚା ଧରିଛି। କିନ୍ତୁ ଅଲଗା ହେବା ଖବର ସାର୍ବଜନୀକ ମଧ୍ୟ କରିନାହାଁନ୍ତି।

ଏବେ ଏହି ମାମଲାରେ ହିତେଶଙ୍କ ପ୍ରିତିକ୍ରିୟା ଦେଖିବାକୁ ମିଳୁଛି। ସେ ଅଲଗା ହେବା ଖବରକୁ ଏକ ସାକ୍ଷାତକାରରେ ଖଣ୍ଡନ କରିଥିଲେ । ଆଉ କହିଥିଲେ ଯେ ଏହା ସମ୍ପୂର୍ଣ୍ଣ ଉଡା ଖବର। ଏଥିରେ କୌଣସି ବାସ୍ତବତା ନାହିଁ ।

ବର୍ତ୍ତମାନ ସେ ସୁନିଧିଙ୍କ ସହ ଏକାଠି ଗୋଟିଏ ଘରେ ରହୁଛନ୍ତି । ଗୋଟିଏ ଛାତ ତଳେ ଖୁସିରେ ପତ୍ନୀଙ୍କ ସହ ଅଛନ୍ତି। ଆଉ ଲକଡାଉନ ପାଇଁ ସେ ଘରର ସଫାସଫିରେ ଏତେ ବ୍ୟସ୍ତ ଅଛନ୍ତି ଯେ ଏହି ଉଡା ଖବର ଉପରେ ଧ୍ୟାନ ମଧ୍ୟ ଦେଇପାରିନାହାଁନ୍ତି। ହୁଏତଃ ସୁନିଧି ମୋ ସଫାସଫି କାର୍ଯ୍ୟରେ ଖୁସି ନାହାଁନ୍ତି, ତେଣୁ ଏପରି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି କହିଥିଲେ ହିତେଶ।

ABOUT THE AUTHOR

...view details