ମୁମ୍ବାଇ: ଫେମସ ୟୁଟ୍ୟୁବର ଓ ରିୟାଲିଟି ଶୋ ବିଗ ବସ 13ରେ ନଜର ଆସିଥିବା ହିନ୍ଦୁସ୍ତାନୀ ଭାଉ ଉର୍ଫ ବିକାଶ ପାଠକ ପୁଣି ଚର୍ଚ୍ଚାରେ । ନିକଟରେ ସେ ଫେମସ ନିର୍ମାତା ଏକତା କପୁରଙ୍କ ୱେବ ସିରିଜ ଉପରେ ଅନେକ ଅଭିଯୋଗ ଆଣିଥିଲେ । ଆଉ ଏବେ ସେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୱେବ ଫିଲ୍ମ ‘ବୁଲବୁଲ’ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ।
ନିକଟରେ ଅନୁଷ୍କାଙ୍କ ଦ୍ବାରା ପ୍ରଯୋଜିତ ଫିଲ୍ମ ‘ବୁଲବୁଲ’ ଓଟିଟି ଫ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଯାହାକୁ ବର୍ତ୍ତମାନ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ସେହିପରି ଭାଉ ‘ବୁଲବୁଲ’ ଉପରେ ଆପତ୍ତି ପ୍ରକାଶ ଟ୍ବିଟରରେ କହିଛନ୍ତି ଯେ ଏହି ଫିଲ୍ମରେ ଭଗବାନ ଶ୍ରୀ କ୍ରିଷ୍ଣା ଓ ରାଧଙ୍କୁ ଅଶ୍ଲୀଳ ଭାଷା ଜରିଆରେ ଅପମାନ କରାଯାଇଛି । ସରକାର ଏହା ଉପରେ କେବେ କାର୍ଯ୍ୟନୁଷ୍ଠାନ ନେବେ ।