ଓଡିଶା

odisha

ETV Bharat / sitara

‘ହ୍ୟାକ୍ଡ’ର ଥ୍ରିଲର-ଆକ୍ସନ ଟ୍ରେଲର ରିଲିଜ - ବିକ୍ରମ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ହ୍ୟାକ୍ଡ’

ବଲିଉଡରେ ଛୋଟ ପରଦାର ଫେମସ ଅଭିନେତ୍ରୀ ହିନା ଖାନ । ବିକ୍ରମ ଭଟ୍ଟଙ୍କ ନିର୍ମିତ ଫିଲ୍ମ ‘ହ୍ୟାକ୍ଡ’ରେ ଆସିବେ ନଜର । ପ୍ରଥମେ ମୋଶନ ପୋଷ୍ଟର ଆଉ ଏବେ ଟ୍ରେଲର ରିଲିଜ।

hina khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିନା ଖାନ

By

Published : Jan 20, 2020, 3:18 PM IST

ମୁମ୍ବାଇ: ଛୋଟ ପରଦାରର ସଂସ୍କାରୀ ବୋହୂ ରୂପେ ଫେମସ ହିନା ଖାନ ଏବେ ବଲିଉଡରେ ନିଜ ଜଲୱା ଦେଖାଇବାକୁ ଯାଉଛନ୍ତି । ସେ ଫେମସ ନିର୍ମାତା ବିକ୍ରମ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ହ୍ୟାକ୍ଡ’ ଜରିଆରେ ବଲିଉଡରେ ପଦାର୍ପଣ କରିବେ । ଯାହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । ନିକଟରେ ‘ହ୍ୟାକ୍ଡ’ରୁ ତାଙ୍କ ବୋଲ୍ଡ ମୋଶନ ପୋଷ୍ଟର ଜାରି କରାଯାଇଥିଲା । ଯାହାପରେ ଦର୍ଶକ ଏକ୍ସାଇଟମେଣ୍ଟ ଫିଲ୍ମକୁ ନେଇ ବଢିଯାଇଛି। ଇତିମଧ୍ୟରେ ଫିଲ୍ମର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି ।

ଟ୍ରେଲରରେ ଜଣେ 19 ବର୍ଷୀୟ ପୁଅ ପ୍ରତିଶୋଧଭରା କାହାଣୀ ପର୍ଯ୍ୟବେସିତ କରାଯାଇଛି। ଯିଏ ଫିଲ୍ମରେ ଜଣେ ସୋସିଆଲ ନେଟୱାର୍କ ହ୍ୟାକର ଭୂମିକାରେ ଅଭିନୟ କରୁଛନ୍ତି। ସେ ଝିଅଙ୍କ ବ୍ୟକ୍ତିଗତ ଜିନିଷକୁ ହ୍ୟାକ କରି ସୋସିଆଲ ମିଡିଆରେ ତାଙ୍କୁ ବଦନାମ କରୁଥିବାର ନଜର ଆସୁଛି । ସେହି ହ୍ୟାକରର ଶିକାର ହେଉଛନ୍ତି ହିନା । ଥ୍ରିଲରରେ ଭରପୁର ଏହି ଫିଲ୍ମରେ ହିନାଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳୁଛି ।

ବିକ୍ରମଙ୍କ ଫିଲ୍ମ ‘ହ୍ୟାକ୍ଡ’ ଆସନ୍ତା 7 ତାରିଖରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ହିନାଙ୍କ ବ୍ୟତୀତ ରୋହନ ଶାହ, ମୋହିତ ମଲହୋତ୍ରା ଓ ସିଜ ମକ୍କର ମୁଖ୍ୟ ଭୂମିକାରେ ନଜର ଆସିବେ।

ABOUT THE AUTHOR

...view details