ଓଡିଶା

odisha

By

Published : Jul 2, 2019, 10:58 PM IST

ETV Bharat / sitara

ହିମେଶଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଆହତ

ହିମେଶ ରେଶମିୟାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଡ୍ରାଇଭର ରାମ ରଞ୍ଜନ ଆହତ ହୋଇଛନ୍ତି । ମାତ୍ର ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/realhimesh

ହାଇଦ୍ରାବାଦ: ବଲିଉଡ ସିଙ୍ଗର ତଥା ଅଭିନେତା ହିମେଶ ରେଶମିୟାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୁମ୍ବାଇ-ପୁନେ ହାଇୱେରେ ହୋଇଛି ଦୁର୍ଘଟଣା । ଦୁର୍ଘଟଣାରେ ହିମେଶଙ୍କ ଡ୍ରାଇଭର ରାମ ରଞ୍ଜନ ଗୁରୁତର ଆହତ ହୋଇଛନ୍ତି । ରାମ ରଞ୍ଜନଙ୍କ ଘର ବିହାରରେ ।

ତେବେ ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପ୍ରକାଶ ଥାଉକି, ହିମେଶ ବର୍ତ୍ତମାନ ସୋନୀ ଟେଲିଭିଜନରେ ପ୍ରସାରିତ ରିଆଲିଟି ଶୋ' ‘ସୁପରଷ୍ଟାର ସିଙ୍ଗର’ର ଜଜ ଅଛନ୍ତି । ତାଙ୍କ ସହ ଅଲକା ୟାଗନିକ, ଜାଭେଦ ଅଲ୍ଲୀ ମଧ୍ୟ ଶୋ'ରେ ଜଜ ଅଛନ୍ତି ।

ବଲିଉଡରେ ଅନେକ ଗୀତ ହିମେଶ ଗାଇଛନ୍ତି । ସେ ପ୍ରଥମେ ସଲମାନଙ୍କ ‘ଜବ୍ ପ୍ୟାର କିୟା ତୋ ଡରନା କ୍ୟା’ରେ ଗୀତ ଗାଇଥିଲେ ।

ABOUT THE AUTHOR

...view details