ଓଡିଶା

odisha

ETV Bharat / sitara

ଲତାଙ୍କ କମେଣ୍ଟରେ ହିମେଶଙ୍କ ପ୍ରତିକ୍ରିୟା, ପ୍ରେରଣା ନେବା ଭୁଲ ନୁହେଁ

‘ତେରି ମେରି କାହାନୀ’ ଲଞ୍ଚିଂ ଇଭେଣ୍ଟରେ ହିମେଶ ରେଶମିୟାଙ୍କ ସହ ନଜର ଆସିଥିଲେ ରାନୁ ମଣ୍ଡଲ । ଆଉ ଲତା ମଙ୍ଗେସକରଙ୍କ କମେଣ୍ଟରେ ନିଜର ଜବାବ ରଖିଥିଲେ ହିମେଶ ।

By

Published : Sep 12, 2019, 9:28 PM IST

ଡିଜାଇନ ଫଟୋ

ମୁମ୍ବାଇ: ରାନୁ ମଣ୍ଡଲଙ୍କୁ ଆଜି ଦେଶରେ ସମସ୍ତେ ଜାଣିଛନ୍ତି । ତାଙ୍କ ଶାନଦାର କଣ୍ଠର ଚର୍ଚ୍ଚା ସବୁଆଡେ । ରାନୁ ଓ ସଙ୍ଗୀତକାର ହିମେଶ ରେଶମିୟାଙ୍କ ପପୁଲାର ଗୀତ ‘ତେରି ମେରି କାହାନୀ’ ବୁଧବାର ରିଲିଜ ହୋଇଯାଇଛି । ଏହି ଗୀତର ଗୋଟିଏ ଝଲକ ସୋସିଆଲ ମିଡିଆରେ କିଛି ଦିନ ହେବ ଚହଳ ସୃଷ୍ଟି କରିଥିଲା । ଆଉ ଏବେ ରିଲିଜ ହୋଇଥିବା ପୁରା ଗୀତଟିକୁ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।

ଗୀତ ଲଞ୍ଚିଂ ଇଭେଣ୍ଟରେ ରାନୁଙ୍କ ସହ ହିମେଶ ମିଡିଆ ସହ ଏକ ସାକ୍ଷାତକାର ଦେଇଥିଲେ । ଖାଲି ଏତିକି ନୁହେଁ ସେ ରାନୁଙ୍କ କାହାଣୀ କହି ଇମୋଶନାଲ ମଧ୍ୟ ହୋଇଯାଇଥିଲେ । ଏହାସହ ହିମେଶ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ କମେଣ୍ଟ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ।

ନିକଟରେ ଲତା ଏକ ସାକ୍ଷାତକାରରେ ରାନୁଙ୍କୁ ନକଲ ନ କରିବାକୁ ପରାର୍ମଶ ଦେଇଥିଲେ । ଯାହା ଉପରେ ହିମେଶ ପ୍ରତିକ୍ରିୟା ରଖି କହିଥିଲେ "ଲୋକମାନେ ଲତାଙ୍କ ଅସନ୍ତୋଷକୁ ଭୁଲ ରୂପେ ବୁଝିଛନ୍ତି । କିନ୍ତୁ ଜଣେ କଳାକାର ପାଇଁ ନିହାତି ଆବଶ୍ୟକ କି ସେ ଜଣଙ୍କ ଠାରୁ ପ୍ରେରଣା ନେଇ ଆଗକୁ ବଢିବେ ।

ଲତା କେଉଁ ଦୃଷ୍ଟିକୋଣରୁ ଏହିପରି କମେଣ୍ଟ କରିଥିଲେ । ତାହା ଉପରେ ତର୍ଜମା କରିବାକୁ ହେବ । ସେ ଅନୁଭବ କରୁଛନ୍ତି କି କଳାକାରଙ୍କ ନକଲ କରିବା କେବେ କାମ ଆସେ ନାହିଁ । କିନ୍ତୁ ସେ ଏହା ମଧ୍ୟ ମାନନ୍ତି କି କାହାରି ଠାରୁ ପ୍ରେରଣା ନେବା ମଧ୍ୟ ଆବଶ୍ୟକ । କୁମାର ସାନୁ ସବୁବେଳେ କୁହନ୍ତି କି ତାଙ୍କୁ କିଶୋର ଦାଙ୍କ ଠାରୁ ପ୍ରେରଣା ମିଳିଛି ।

ଆମେ ସମସ୍ତେ କାହା ନା କାହା ପାଖରୁ ପ୍ରେରଣା ନେଇଛେ । ଯେତେବେଳେ ସେ ଗୀତ ଗାଇବା ଆରମ୍ଭ କରିଥିଲେ ଲୋକେ ତାଙ୍କୁ କ୍ରିଟିସାଇଜ କରୁଥିଲେ । ଆଉ କହୁଥିଲେ କି ସେ ନାକରେ ଗାଉଛନ୍ତି କିନ୍ତୁ ଆଜି ଯଦି ଆପଣ ଦେଖିବେ ତେବେ ଏହା ଇଣ୍ଟରନ୍ୟାସନାଲ ଟ୍ରେଣ୍ଡ ହୋଇସାରିଛି । ତେଣୁ ରାନୁ ଗାୟିକା ନୁହେଁ ସେ ଲତାଙ୍କ ଠାରୁ ପ୍ରେରଣା ନେଇ ଗୀତ ଗାଇଛନ୍ତି । ଯେଉଁଥିରେ କୌଣସି ଭୁଲ ନାହିଁ ବୋଲି କହିଥିଲେ ହିମେଶ "।

ABOUT THE AUTHOR

...view details