ଓଡିଶା

odisha

ETV Bharat / sitara

Hijab Row: ଜବାହ ରଖିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ଏବଂ ଶବାନା ଆଜମୀ - ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ କଙ୍ଗନା

ହିଜାବ ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ । ହିଜାବ ବିବାଦ ଉପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଶବାନା ଆଜମୀ ନିଜର ମତ ରଖିଛନ୍ତି। ଅଧିକ ପଢନ୍ତୁ

ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ଏବଂ ଶବାନା ଆଜମୀ
ମୁହଁ ଖୋଲିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ଏବଂ ଶବାନା ଆଜମୀ

By

Published : Feb 11, 2022, 5:20 PM IST

ହାଇଦ୍ରାବାଦ: ହିଜାବ ବିବାଦ ମାମଲାରେ ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ । ଏହାକୁ ଜାତୀୟ ସ୍ତରର ପ୍ରସଙ୍ଗ ନ କରିବାକୁ କହିଲେ ସର୍ବୋଚ୍ଚ ନ୍ୟାୟାଳୟ । କର୍ଣ୍ଣାଟକ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନ ଉପରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ସେ ଆହୁରି କହିଛନ୍ତି ଯେ, ଯାହା ଘଟୁଛି ଆମେ ସେ ସମ୍ପର୍କରେ ଅବଗତ ଅଛୁ । ଦିଲ୍ଲୀକୁ ଆଣିବା ନିମନ୍ତେ ଏହା କ’ଣ ଜାତୀୟ ସ୍ତରର ଘଟଣା। ଏହାକୁ ଜାତୀୟ ପ୍ରସଙ୍ଗ କରାନଯାଉ। ଠିକ୍‌ ସମୟରେ ଏହାର ଶୁଣାଣି ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି । ରାଜନୈତିକ ଏବଂ ସାମ୍ପ୍ରଦାୟିକ ରଙ୍ଗ ନେଇସାରିଥିବା ଏହି କର୍ଣ୍ଣାଟକ ହିଜାବ ବିବାଦ ଉପରେ ଏପର୍ଯ୍ୟନ୍ତ ଅନେକ ରାଜନେତା ଏବଂ ବଲିଉଡ ସେଲିବ୍ରିଟି ନିଜର ମତ ରଖିସାରିଲେଣିି।

ବିବାଦୀୟ ବୟାନ ଦେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ସାମିଲ ହୋଇଛନ୍ତି । କଙ୍ଗନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଷ୍ଟୋରି ସେୟାର କରିଛନ୍ତି । ଲେଖକ ଆନନ୍ଦ ଶର୍ମାଙ୍କ ପୋଷ୍ଟର ସ୍କ୍ରିନସଟ ସହ ହିଜାବ ବିବାଦ ଉପରେ ବୟାନ ଦେଇଛନ୍ତି । ଏହି ପୋଷ୍ଟରେ ବଦଳୁଥିବା ଇରାନର ଫଟୋ ରହିଛି । ପ୍ରଥମ ଚିତ୍ରରେ ୧୯୭୩ ମସିହାରେ ଇରାନ ମହିଳାମାନେ ବିକିନି ପିନ୍ଧିଥିବାର ଦୃଶ୍ୟ ରହିଛି ଓ ଦ୍ବିତୀୟ ଚିତ୍ରରେ ବର୍ତ୍ତମାନର ମହିଳା ବୁର୍ଖା ପିନ୍ଧିଥିବାର ଫଟୋ ରହିଛି। ଏହି ଫଟୋରେ ଲେଖାଯାଇଛି ୧୯୭୩ର ଇରାନ ଓ ବର୍ତ୍ତମାନର ଇରାନ। କଙ୍ଗନାଙ୍କ ଏହି ବିୟାନରେ ଶବାନା ଆଜମୀଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି। କଙ୍ଗନାଙ୍କ ପୋଷ୍ଟର ଜବାବ ଦେଇ ଶବାନା ଆଜମୀ ଲେଖିଛନ୍ତି, ଯଦି ମୁଁ ଭୁଲ୍ କରୁଛି ତାହେଲେ ସଂଶୋଧନ କରନ୍ତୁ କିନ୍ତୁ ଆଫଗାନିସ୍ତାନ ଏକ ଗଣତାନ୍ତ୍ରିକ ରାଷ୍ଟ୍ର।

ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜାଭେଦ ଅଖତର ସ୍ପଷ୍ଟ କରିଛନ୍ତି ଯେ, 'କେବେବି ହିଜାବ ଓ ବୁର୍ଖା ସପକ୍ଷରେ ରହିନାହିଁ । ମୁଁ ଆଜି ବି ସେହି କଥାରେ ଏକମତ । କିନ୍ତୁ ମୋ ମନରେ ଏହି ଗୁଣ୍ଡାମାନଙ୍କର ଭିଡ଼ ପାଇଁ ଘୋର ନିନ୍ଦା କରୁଛି । ଏହା ଗଭୀର ଅବମାନନା ଛଡା ଆଉ କିଛି ନୁହେଁ, ଯେଉଁମାନେ ଝିଅ ମାନଙ୍କ ଏକ ଛୋଟ ଦଳକୁ ଡରାଇବା ଧମକାଇବା ପାଇଁ ଚେଷ୍ଟା କରୁଛନ୍ତି । କଣ ତାଙ୍କ ହିସାବରେ ଏହା ହିଁ ମର୍ଦାଙ୍ଗୀ। ଏହା ଅବଶୋସର କଥା।' କେବଳ ଜାଭେଦ ଅଖତର ନୁହେଁ ତାଙ୍କ ଭଳି ଅନ୍ୟ ତାରକାମାନେ ମଧ୍ୟ ନିଜର ପ୍ରତିକ୍ରିୟା ଦେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details