ହାଇଦ୍ରାବାଦ: ବି-ଟାଉନର ବେବୋ କରୀନା କପୁର ଖାନ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାର ଗୋଟିଏ ମାସ ପରେ ନିଜ କାମକୁ ଫେରିଥିଲେ । କିଛି ଦିନ ପୂର୍ବେ ତାଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରେ ଦେଖିବାକୁ ମିଳିଥିଲା । ସେ ସେଲିବ୍ରିଟି କୁକିଂ ଶୋରେ ଖୁବଶୀଘ୍ର ନଜର ଆସିବେ ।
ଏବେ ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବା ପରେ ଅଭିନେତ୍ରୀ ବର୍ତ୍ତମାନ ନିଜର ପୁରୁଣା ରୂପକୁ ଫେରିବାକୁ ତଥା ନିଜର ଫିଟନେସ ଉପରେ ଧ୍ୟାନ ଦେଉଛନ୍ତି ।
ରବିବାର ଦିନ କରୀନା ଇନଷ୍ଟାଗ୍ରାମରେ ଏକ ସ୍ମାର୍ଟଓ୍ବାଚରେ ନିଜର କ୍ୟାଲୋରୀ ବର୍ନ କାଉଣ୍ଟର ଝଲକ ସେୟାର କରିଛନ୍ତି ।