ଓଡିଶା

odisha

ETV Bharat / sitara

#ମି ଠୁ ବିବାଦ, ଅନୁଙ୍କ ସମର୍ଥନରେ ହେମା ସରଦେଶାଇ - ଗାୟିକା ହେମା ସରଦେସାଇଙ୍କ ପୋଷ୍ଟ

ଅଭିନେତ୍ରୀ କଶ୍ମୀରା ଶାହଙ୍କ ପରେ ଏବେ ଗାୟିକା ହେମା ସରଦେଶାଇ ଲୋକପ୍ରିୟ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ସପୋର୍ଟରେ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଅନୁଙ୍କ ଗୁଣ ଗାନ କଲେ ହେମା।

ଡିଜାଇନ ଫଟୋ

By

Published : Nov 6, 2019, 8:58 PM IST

ମୁମ୍ବାଇ: ସିଙ୍ଗର ହେମା ସରଦେଶାଇ ଇଣ୍ଡିଆନ ଆଇଡଲର ଜଜ ତଥା ଫେମସ ସଙ୍ଗୀତକାର ଅନୁ ମଲ୍ଲିକଙ୍କ ସମର୍ଥନରେ ସାମ୍ନାକୁ ଆସିଛନ୍ତି। କିଛି ଦିନ ପୂର୍ବରୁ ଲୋକପ୍ରିୟ ଗାୟିକା ସୋନା ମହାପାତ୍ର, ଅନୁ ଇଣ୍ଡିଆନ ଆଇଡଲ ଜଜ ରୂପେ ଦ୍ବିତୀୟ ଥର ଆସିବା କଥା ଉପରେ ଖୁବ୍ ରାଗିଥିଲେ। ଆଉ ଟ୍ବିଟ କରି ଏହାର ବିରୋଧ ମଧ୍ୟ କରିଥିଲେ। ଏହାପରଠୁ ମ୍ୟୁଜିକ କମ୍ପୋଜର ଅନୁଙ୍କ ନାମରେ ବିବାଦ ଆରମ୍ଭ ହୋଇଯାଇଥିଲା ।

ସୋନାଙ୍କ ଦାବିକୁ ଗାୟିକା ନେହା ଭସୀନ ଓ ଶ୍ବେତା ପଣ୍ଡିତ ମଧ୍ୟ ସପୋର୍ଟ କରିଥିଲେ। ଇତିମଧ୍ୟରେ ହେମା କିଛି ଭିନ୍ନ କଥା କହି ଅନୁଙ୍କ ସମର୍ଥନ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କିପରି ଅନୁ ତାଙ୍କ କ୍ୟାରିୟର ଗଢିବାରେ ସାହାଯ୍ୟ କରିଥିଲେ ତାହା ଜଣାଇଛନ୍ତି ।

ଏହାସହ ସେ ଦାବି ମଧ୍ୟ କରିଛନ୍ତି ଯେ ସେ ଏମିତି ଜଣେ ଗାୟିକା ଯିଏ ଗୀତ ଗାଇବା ପାଇଁ ନୈତିକ ମୂଲ୍ୟ ସହ ବୁଝାମଣା କରିନଥିଲେ। ଅନୁ ତାଙ୍କୁ ଅନେକ ବ୍ଲକବଷ୍ଟର ହିଟ୍ ଗୀତ ଗାଇବାକୁ ଦେଇଛନ୍ତି। ଯାହା ତାଙ୍କୁ ତାଙ୍କ ଦକ୍ଷତା ବଳରେ ମିଳିଥିଲା। ତାଙ୍କୁ କେବେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥିଲା। ଏହାସହ ସେ ଅନୁଙ୍କ ପ୍ରଫେସନାଲ ବ୍ୟବହାରର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି।

ଖାଲି ଏତିକି ନୁହେଁ ହେମା ମି ଠୁ ଅଭିଯୋଗ ଆଣିଥିବା ପୀଡିତାଙ୍କ ଉପରେ ପାଲଟା ପ୍ରଶ୍ନ ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ଏତେ ବର୍ଷ ପର୍ଯ୍ୟନ୍ତ ଚୁପ ବସିବାର ଅର୍ଥ କଣ ଥିଲା । ପୂର୍ବରୁ ଏହି ପ୍ରସଙ୍ଗ ଉପରେ କହିବାର ଆବଶ୍ୟକ ଥିଲା । ପ୍ରକାଶ ଥାଉକି ହେମାଙ୍କ ପୂର୍ବରୁ ଅଭିନେତ୍ରୀ କଶ୍ମୀରା ଶାହ ମଧ୍ୟ ଅନୁଙ୍କ ସପୋର୍ଟ କରିଥିଲେ । 2018ରେ ଅନୁଙ୍କ ଉପରେ ମି ଠୁ ଅଭିଯାନ ଜରିଆରେ ଅନେକ ଗାୟିକା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହି କାରଣ ପାଇଁ ତାଙ୍କୁ ଇଣ୍ଡିଆନ ଆଇଡଲ ଜଜ ପଦରୁ ବାହାର କରାଯାଇଥିଲା। ଏବେ ସେ ପୁଣି ଇଣ୍ଡିଆନ ଆଇଡଲ ସିଟରେ ଜଜ ରୂପେ ନଜର ଆସୁଛନ୍ତି।

ABOUT THE AUTHOR

...view details