ଓଡିଶା

odisha

ETV Bharat / sitara

Holi Songs: ହୋଲି ଖେଲେ ରଘୁବୀରାଠୁ ରଙ୍ଗ ବରଷେ, ଏହି ସବୁ ଗୀତ ବିନା ସେଲିବ୍ରେସନ ଅଧୁରା - ଡୁ ମି ଅ ଫେଭର ଲେଟ୍ସ ପ୍ଲେ ହୋଲି

ହୋଲି ଦିନ ରଙ୍ଗ ଠାରୁ ଦୂରରେ ରହିବା ଅସମ୍ଭବ, ସେହିପରି ହୋଲି ଗୀତକୁ ମଧ୍ୟ ନିଜଠୁ ଦୂରେଇ ରଖିବା ସମ୍ଭବ ନୁହେଁ । ପ୍ରତ୍ୟେକ ପର୍ବ ପାଇଁ ବଲିଉଡ ପାଖରେ କିଛି ନା କିଛି ଗୀତ ଅଛି । ସେହିଭଳି ହୋଲିରେ ମଧ୍ୟ ବଲିଉଡରେ ଅନେକ ଗୀତ ପ୍ରସ୍ତୁତ କରାଯାଇଛି । ଆଜି, ହୋଲିର ପର୍ବକୁ ଆହୁରି ରଙ୍ଗୀନ କରିବା ପାଇଁ, ଆମେ ଆପଣଙ୍କ ସହିତ ସେହି ଗୀତଗୁଡ଼ିକର ଏକ ତାଲିକା ସେୟାର କରୁଛୁ, ଯାହା ଶୁଣିବା ପରେ ହୋଲିର ମଜା ଦ୍ୱିଗୁଣିତ ହୋଇଯିବ ।

ହୋଲି ଖେଲେ ରଘୁବୀରାଠୁ ରଙ୍ଗ ବରସେ, ଏହିସବୁ ସୁପରହିଟ୍ ଗୀତ ହୋଲିରେ ଭରିଦିଏ ନୂଆ ରଙ୍ଗ
ହୋଲି ଖେଲେ ରଘୁବୀରାଠୁ ରଙ୍ଗ ବରସେ, ଏହିସବୁ ସୁପରହିଟ୍ ଗୀତ ହୋଲିରେ ଭରିଦିଏ ନୂଆ ରଙ୍ଗ

By

Published : Mar 18, 2022, 12:31 PM IST

ହାଇଦ୍ରାବାଦ: ରଙ୍ଗ ସମସ୍ତଙ୍କୁ ପସନ୍ଦ, ତେଣୁ ତ ଏହାକୁ ରଙ୍ଗର ପର୍ବ ହୋଲି କୁହାଯାଏ । ହୋଲି ଉତ୍ସବକୁ ପିଲାଠୁ ବୁଢା ସଭିଏଁ ଅପେକ୍ଷା କରି ରହିଥାନ୍ତି । ଯଦିଓ ଏହା ମୁଖ୍ୟତଃ ଏକ ହିନ୍ଦୁ ପର୍ବ ଅଟେ । ଏହାକୁ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ବେଶ୍‌ ଖୁସିର ସହିତ ପାଳନ କରନ୍ତି । ହୋଲି ବସନ୍ତ ଋତୁରେ ପାଳନ କରାଯାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଫାଲଗୁନ୍ ମାସର ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଏ । ହୋଲି (Holi) ହେଉଛି ଭାରତର ଏକ ଅତି ପ୍ରାଚୀନ ପର୍ବ ଯାହା ହୋଲି, ହୋଲିକା କିମ୍ବା ହୋଲାକା ନାମରେ ପାଳନ କରାଯାଉଥିଲା । ଏହାକୁ ବସନ୍ତ ଋତୁରେ ହର୍ଷ ଉଲ୍ଲାସ ସହ ପାଳନ କରାଯାଉଥିବାରୁ ଏହାକୁ ବସନ୍ତୋତ୍ସବ ଓ କାମା-ମହୋତ୍ସବ ମଧ୍ୟ କୁହାଯାଏ ।

ହୋଲି ଦିନ ରଙ୍ଗଠାରୁ ଦୂରରେ ରହିବା ଅସମ୍ଭବ, ସେହିପରି ହୋଲି ଗୀତକୁ ମଧ୍ୟ ନିଜଠୁ ଦୂରେଇ ରଖିବା ସମ୍ଭବ ନୁହେଁ । ପ୍ରତ୍ୟେକ ପର୍ବ ପାଇଁ ବଲିଉଡ ପାଖରେ କିଛି ନା କିଛି ଗୀତ ଅଛି । ସେହିଭଳି ହୋଲିରେ ମଧ୍ୟ ବଲିଉଡରେ ଅନେକ ଗୀତ ପ୍ରସ୍ତୁତ କରାଯାଇଛି । ଆଜି, ହୋଲିର ପର୍ବକୁ ଆହୁରି ରଙ୍ଗୀନ କରିବା ପାଇଁ, ଆମେ ଆପଣଙ୍କ ସହିତ ସେହି ଗୀତଗୁଡ଼ିକର ଏକ ତାଲିକା ସେୟାର କରୁଛୁ, ଯାହା ଶୁଣିବା ପରେ ହୋଲିର ମଜା ଦ୍ୱିଗୁଣିତ ହୋଇଯିବ ।

ରଙ୍ଗ ବରଷେ - ଫିଲ୍ମ ସିଲସିଲା

ଆଜି ବି ଏହି ଗୀତଟି ଲୋକଙ୍କ ମୁହଁରେ । ହୋଲିର ସେଲିବ୍ରେସନ ଏହି ଗୀତ ବିନା ଅଧୁରା, ଯାହା 1981 ରିଲିଜ ହୋଇଥିବା ଚଳଚ୍ଚିତ୍ର 'ସିଲସିଲା'ର ଏହି ଗୀତ । ହଁ, ଏହି ଗୀତଟି ହେଉଛି 'ରଙ୍ଗ ବରଷେ', ଯେଉଁଥିରେ ଅମିତାଭ ବଚ୍ଚନ ନିଜ ସ୍ୱର ଦେଇଛନ୍ତି । କେବଳ ଏତିକି ନୁହେଁ ଏହି ଗୀତଟିକୁ ଅମିତାଭ ବଚ୍ଚନଙ୍କ ପିତା ତଥା ମହାନ ଲେଖକ ହରିବଂଶ ରାୟ ବଚ୍ଚନ ଲେଖିଥିଲେ ।

ହୋଲି କେ ଦିନ- ଫିଲ୍ମ ଶୋଲେ

କିଶୋର କୁମାର ଏବଂ ଲତା ମଙ୍ଗେଶକରଙ୍କ ଦ୍ୱାରା ଗାଇଥିବା ଏହି ଗୀତଟି ହେମା ମାଳିନୀ, ଧର୍ମେନ୍ଦ୍ର ଏବଂ ଅମିତାଭ ବଚ୍ଚନଙ୍କ ଉପରେ ଚିତ୍ରିତ । ଆନନ୍ଦ ବକ୍ସି ଏହି ଗୀତର ଲିରିକ୍ସକୁ ନିଜ କଲମରେ ସଜାଇଥିଲେ । ଫିଲ୍ମ 'ଶୋଲେ'ର ଏହି ଗୀତଟି ବଲିଉଡର ଏକ ଆଇକନ୍ ହୋଲି ଗୀତ ମଧ୍ୟରୁ ଗୋଟିଏ ।

ହୋଲି ଖେଲେ ରଘୁବୀରା- ଫିଲ୍ମ ବାଗବାନ

ଏହି ଗୀତଟି ହେଉଛି 'ବାଗବାନ୍' ଚଳଚ୍ଚିତ୍ରର 'ହୋଲି ଖେଲେ ରଘୁବୀରା', ଯାହା ଉପରେ ଆପଣ ପ୍ରତ୍ୟେକ ବିଟରେ ନାଚିବାକୁ ବାଧ୍ୟ ।

ଡୁ ମି ଅ ଫେଭର ଲେଟ୍ସ ପ୍ଲେ ହୋଲି

ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ଏହି ଗୀତ ରଚନା କରିଛନ୍ତି। କେବଳ ଏତିକି ନୁହେଁ ସେ ସୁନିଧି ଚୌହାନଙ୍କ ସହ ଏହି ଗୀତ ମଧ୍ୟ ଗାଇଛନ୍ତି । ଗୀତିକାର ସମୀରଙ୍କ ଦ୍ୱାରା ଲିଖିତ ଏହି ଗୀତରେ ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରା ଅଛନ୍ତି ।

ବଲମ ପିଚକରୀ - ଫିଲ୍ମ ୟେ ଜୱାନୀ ହେ ଦିୱାନୀ

2013ରେ ରିଲିଜ୍ ହୋଇଥିବା ଦୀପିକା ପାଦୁକୋନ୍ ଏବଂ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ୟେ ଜୱାନୀ ହେ ଦିୱାନୀ' ବଲିଉଡକୁ ଏହି ଚମତ୍କାର ହୋଲି ଗୀତ ଦେଇଥିଲା । ଟ୍ରାକକୁ ଶାମ୍ସଲି ଖୋଲଗଡେ ଏବଂ ବିଶାଲ ଦଦଲାନୀ ଏହି ଗୀତକୁ ଗାଇଥିଲେ ।

ABOUT THE AUTHOR

...view details