ଓଡିଶା

odisha

ETV Bharat / sitara

ଫିଟନେସ କୁଇନ ଦିଶା @27 - workout

ଫିଟନେସ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଦିଶା ଆଜି 27 ବର୍ଷରେ ପାଦ ଦେଇଛନ୍ତି । ଜନ୍ମଦିନକୁ ସାଧାରଣ ୱାର୍କଆଉଟ ଦିନ ଭାବରେ ପାଳନ କରୁଛନ୍ତି ଦିଶା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/dishapatani

By

Published : Jun 13, 2019, 10:34 AM IST

ହାଇଦ୍ରାବାଦ: ଦିଶା ପାଳନ କରୁଛନ୍ତି ନିଜର 27ତମ ଜନ୍ମଦିନ । ତେବେ ଜନ୍ମଦିନ ତାଙ୍କ ପାଇଁ ସାଧାରଣ ୱାର୍କଆଉଟ ଦିନ । ଦିଶା ନିଜ ଜନ୍ମଦିନରେ ମଧ୍ୟ ୱାର୍କଆଉଟ କରିବାକୁ ଭୁଲିନଥିଲେ ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/dishapatani

ଦିଶା କେବେବି ନିଜ ଫିଟନେସକୁ ଇଗନୋର କରନ୍ତିନି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଥିବା ଫିଟନେସ ଭିଡିଓ ଏହାର ଏକ ପ୍ରମାଣ । ବି-ଟାଉନର ଟପମୋଷ୍ଟ ହିରୋଇନ ମାନଙ୍କ ମଧ୍ୟରେ ଦିଶାଙ୍କ ନାମ ମଧ୍ୟ ରହିଛି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/dishapatani

ଦିଶା ବଲିଉଡରେ ନିଜ କ୍ୟାରିୟର ‘ଏମ ଏସ ଧୋନୀ ଦି ଅନଟୋଲ୍ଡ ଷ୍ଟୋରୀ’ରୁ ଆରମ୍ଭ କରିଥିଲେ । ଏହାପରେ ଦିଶାଙ୍କ ଫ୍ୟାନଫଲୋୟିଂ ବଢିବାରେ ଲାଗିଲା । ଦିଶାଙ୍କ ସ୍ମାଇଲ ତାଙ୍କ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ । ଏହାପରେ ଦିଶା ବାଗୀ-2ରେ ନଜର ଆସିଲେ ।

ନିକଟରେ ସଲମାନଙ୍କ ଫିଲ୍ମର ‘ସ୍ଲୋ ମୋଶନ’ଗୀତରେ ଦିଶାଙ୍କ ଆଇଟମ ନମ୍ବରକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି । ଏଥିରେ ଦିଶା ଷ୍ଟଣ୍ଟ କରୁଥିବାର ମଧ୍ୟ ନଜର ଆସିଥିଲେ । ପ୍ରକାଶ ଥାଉକି, ଦିଶା ମଲଙ୍ଗରେ ଆଦିତ୍ୟ ରୟ କପୁର, ଅନିଲ କପୁର, କୁନାଲ ଖେମୁଙ୍କ ସହ ନଜର ଆସିବେ ।

ABOUT THE AUTHOR

...view details