ମୁମ୍ବାଇ: ବଲିଉଡ ତଥା ଦକ୍ଷିଣ ଫିଲ୍ମ ଇଣ୍ତଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ ଶ୍ରୁତି ହାସନ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ଆଜି ସେ 35 ବର୍ଷରେ ପଦାପର୍ଣ କରିଛନ୍ତି । ଶ୍ରୁତି 28 ଜାନୁଆରୀ 1986ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାଁ ଶ୍ରୁତି ରାଜଲକ୍ଷ୍ମୀ ହାସନ ।
ଆଜି ଶ୍ରୁତି 35 ବର୍ଷରେ ପାଦ ଥାପିଥିବା ବେଳେ ସାଥୀ ଓ ଫ୍ୟାନ୍ସଙ୍କ ପାଖରୁ ଛୁଟୁଛି ଶୁଭେଚ୍ଛାର ସୁଅ । ନିଜ ଜନ୍ମଦିନ ଅବସରରେ ଶ୍ରୁତି ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ଶ୍ରୁତି ଏକ ବ୍ଲାକ ଗାଉନ ପିନ୍ଧିଥିବାର ନଜର ଆସିଛନ୍ତି ।
ଫଟୋ ସେୟାର କରି କ୍ୟାପସନ୍ ରେ ଶ୍ରୁତି ଲେଖିଛନ୍ତି, "କୃତଜ୍ଞତା ଏବଂ ଆନନ୍ଦରେ ପରିପୂର୍ଣ୍ଣ !!! ଏହା ମୋ ଜୀବନର ସର୍ବୋତ୍ତମ ପର୍ଯ୍ୟାୟ ଅଟେ ଏବଂ ମୁଁ ମୋର ଶିକ୍ଷା ଏବଂ ଯାତ୍ରା ପାଇଁ କୃତଜ୍ଞ ... ମୁଁ ବଡ଼ ହୋଇଗଲିଣି । ମୋର ଜନ୍ମଦିନକୁ ସ୍ପେଶାଲ କରିଥିବାରୁ ମୁଁ ମୋର ପରିବାରକୁ ଅଶେଷ ଧନ୍ୟବାଦ ଦେବାକୁ ଚାହେଁ। ଧନ୍ୟବାଦ" ।
ଶ୍ରୁତି ସାଉଥ ସିନେମା ସୁପରଷ୍ଟାର କମଲ ହାସନ ଏବଂ ସାରିକା ଠାକୁରଙ୍କ ବଡ ଝିଅ । ଶ୍ରୁତି ବଲିଉଡ ଅପେକ୍ଷା ସାଉଥ ଫିଲ୍ମ ଇଣ୍ତଷ୍ଟ୍ରୀରେ ବହୁ ସଫଳତା ଅର୍ଜନ କରିଥିଲେ । ସେ ଜଣେ ଗାୟିକା ମଧ୍ୟ । ମାତ୍ର 6 ବର୍ଷ ବୟସରେ ଶ୍ରୁତି ପ୍ରଥମ ଥର ତାଙ୍କ ପିତାଙ୍କ ଫିଲ୍ମ "ଚାଚି 420"ରେ ଗୀତ ଗାଇଥିଲେ । ଅଭିନେତ୍ରୀ ଗାୟିକ ହେବା ବ୍ୟତୀତ ସେ ଜଣେ ମଡେଲ, ମ୍ୟୁଜିକ କମ୍ପୋଜର ଏବଂ ଲେଖକ ମଧ୍ୟ ଅଟନ୍ତି । 14 ବର୍ଷ ବୟସରେ ଶ୍ରୁତି ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ଶ୍ରୁତିଙ୍କର ଅନେକ ଭାଷା ବିଷୟରେ ଜ୍ଞାନ ମଧ୍ୟ ଅଛି । ସେ ହିନ୍ଦୀ, ଇଂରାଜୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭଳି ଭାଷା କହିପାରନ୍ତି ।
ବଲିଉଡ ଚଳଚ୍ଚିତ୍ର ‘ଲକ’ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଯାତ୍ରା ଆରମ୍ଭ କରିଥିବା ଶ୍ରୁତି 'ଦିଲ ତୋ ବଚ୍ଚା ହେ ଜୀ', 'ରମାୟା ଭାସ୍ତଭେୟା', 'ଓ୍ବେଲକମ ବ୍ୟାକ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି ।
ପ୍ରକାଶ ଥାଉ ଯେ, ଶ୍ରୁତି ନିଜର ପର୍ସନାଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ସେ କିଛି ସମୟ ପୂର୍ବରୁ ବିଦେଶୀ ମାଇକେଲ କର୍ସେଲଙ୍କ ସହ ରିଲେସନସିପରେ ଥିଲେ । କିନ୍ତୁ 2019ରେ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିଲା ।