ମୁମ୍ବାଇ:ଟଲିଉଡରୁ ନେଇ ବଲିଉଡ ସବୁଠି ଜଲୱା ଦେଖାଇଛନ୍ତି ରକୁଲ ପ୍ରୀତ । ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା କରିଛନ୍ତି ରକୁଲ । ଉଭୟ ବଲିଉଡ ଓ ସାଉଥ ଚଳଚ୍ଚିତ୍ରରେ ଜବରଦସ୍ତ ଅଭିନୟ ଦେଖାଇଛନ୍ତି । ତାଙ୍କର ଅନେକ ଉଲ୍ଲେଖନୀୟ ଅଭିନୟ ଏବଂ ହିଟ୍ ଫିଲ୍ମ ରହିଛି । ଆଜି ଏହି ଅଭିନେତ୍ରୀଙ୍କ ଜନ୍ମଦିନ । 1990 ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ । ୩୧ ବର୍ଷରେ ପାଦ ଥାପିଛନ୍ତି ରକୁଲ ପ୍ରୀତ ସିଂହ ।
ରକୁଲ ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ଅଭିନେତା ଅଜୟ ଦେବଗନଙ୍କ ସହିତ ଦେ ଦେ ପ୍ୟାର ଦେ, ୟାରିୟା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ଆୟିୟାରୀ ଓ ସରଦାରକି ଗ୍ରାଣ୍ଡସନ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ବର୍ତ୍ତମାନ ରକୁଲ ଅକ୍ଷୟ କୁମାରଙ୍କ ସହିତ ଲଣ୍ଡନରେ ଆଗାମି ଫିଲ୍ମ ପ୍ରୋଡକ୍ସନ ୪୧ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଆଗକୁ ଜନ ଆବ୍ରାହନଙ୍କ ସହିତ ଏକ ଫିଲ୍ମରେ ନଜର ଆସିବେ । ଏହା ଶେଷ ନହେଁ ଅଭିନେତା ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ସହିତ ମେଦେବ ଫିଲ୍ମରେ ମଧ୍ୟ ନଜର ଆସିବେ ରକୁଲ ।