ମୁମ୍ବାଇ: ଇଣ୍ଡଷ୍ଟ୍ରିର ସବୁଠାରୁ ଫିଟ୍ ଅଦାକାର ମଧ୍ୟରେ ଅନ୍ୟତମ ମନ୍ଦିରା ବେଦୀ। ଆଜି ମନ୍ଦିରା 47 ବର୍ଷରେ ପାଦ ଥାପିଛନ୍ତି । କିନ୍ତୁ ଆଜି ମଧ୍ୟ ମନ୍ଦିରା ଏତେ ଫିଟ୍ ଅଛନ୍ତି ଯେ କେହି ମଧ୍ୟ ତାଙ୍କୁ ଦେଖି ତାଙ୍କ ବୟସର ଅନ୍ଦାଜ ଲଗାଇପାରିବେ ନାହିଁ । ଟିଭି ସିରିୟଲ 'ଶାନ୍ତି'ରୁ ଘରେ ଘରେ ଫେମସ ହୋଇଥିବା ମନ୍ଦିରା ବଲିଉଡ ଇଣ୍ଡଷ୍ଟ୍ରିରେ ଦୀର୍ଘ ସମୟରୁ ରହିଆସୁଛନ୍ତି । ଯେଉଁଠାରେ ସେ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣିଥିଲେ, ସେହିଠାରେ ସେ ଖେଳ ଜଗତରେ ହୋଷ୍ଟ ରୂପେ କାମ କରି ଦର୍ଶକଙ୍କ ଖୁବ୍ ମନୋରଞ୍ଜନ କରିଥିଲେ ।
ଜଣାଇ ଦେଉଛୁ ଯେ ମନ୍ଦିରା ଜଣେ ପୁଅର ମା' ମଧ୍ୟ । ଏହି ଅବସ୍ଥାରେ ସେ ଖୁବ୍ ଫିଟ୍ ଏବଂ ଆକ୍ଟିଭ ଅଛନ୍ତି । ସୋସିଆଲ ମିଡିଆରେ ମନ୍ଦିରା ପ୍ରାୟତଃ ସବୁବେଳେ ନିଜର ହଟ ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରୁଥିବାର ନଜର ଆସିଥାଆନ୍ତି । ଗତ ବର୍ଷ ମନ୍ଦିରା 'ଭୋଡକା ଡାୟରୀଜ' ଫିଲ୍ମ ପାଇଁ ଚର୍ଚ୍ଚାରେ ଆସିଥିଲେ ।
ଅଭିନୟ ସହ ମନ୍ଦିରା ଜଣେ ଫ୍ୟାଶନ ଡିଜାଇନର, ମଡେଲ ଏବଂ ଟିଭି ପ୍ରେଜେଣ୍ଟର ରୂପେ ଜଣାଶୁଣା । ମଡର୍ଣ୍ଣ ହେଉ କିମ୍ବା ଟ୍ରାଡିଶନାଲ ସବୁ ଲୁକରେ ସେ ଫ୍ୟାନ୍ସଙ୍କ ହୃଦୟ ଜିତି ନେଇଥାଆନ୍ତି ।