ହାଇଦ୍ରାବାଦ: ଆଜି ବଲିଉଡର 'ଧକଧକ' ଗାର୍ଲ ମାଧୁରୀ ଦୀକ୍ଷିତଙ୍କ 52ତମ ଜନ୍ମଦିନ । ଚମତ୍କାର ଅଭିନୟ ଓ ଡ୍ୟାନ୍ସରେ ଦର୍ଶକଙ୍କୁ ବାନ୍ଧି ରଖି ପାରୁଥିବା ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । 90ଦଶକର ହିରୋଇନ ମାନଙ୍କ ମଧ୍ୟରୁ ସବୁଠୁ ଅଧିକ ପଇସା ପାଉଥିବା ହିରୋଇନ ଥିଲେ ମାଧୁରୀ । ତେବେ ବଲିଉଡରେ ଯାଦୁ ଚଲେଇଥିବା ଏହି ଅଭିନେତ୍ରୀ ମାଇକ୍ରୋବାଇଲୋଜି ପଢିବାରେ ଇଚ୍ଛୁକ ଥିଲେ ।
1967 ମସିହା ମେ 15 ଅର୍ଥାତ ଆଜିର ଦିନରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ ମାଧୁରୀ । ଛୋଟ ବେଳୁ ନାଚିବାକୁ ଖୁବ ପସନ୍ଦ କରୁଥିଲେ । ତେବେ 3 ବର୍ଷ ବୟସରୁ ହିଁ କଥକ ଶିଖିବା ଆରମ୍ବ କରିଦେଇଥିଲେ ମାଧୁରୀ । ତେବେ ଫିଲ୍ମ 'ଦେବଦାସ'ରେ ପଣ୍ଡିତ ବିର୍ଜୁ ମହାରାଜଙ୍କଠୁ କଥକ ଶିଖି 'ଦେବଦାସ' ଫିଲ୍ମରେ ନିଜ ନାଚର ଯାଦୁ ଦେଖେଇଥିଲେ । ଏହାପରେ ବଲିଉଡର ଶ୍ରେଷ୍ଠ ଡ୍ୟାନ୍ସର ରୂପେ ପରିଗଣିତ ହେଲେ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/madhuridixitnene ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମାଧୁରୀଙ୍କ ପ୍ରଥମ ଫିଲ୍ମ 'ଅବୋଧ' ସଫଳତା ପାଇପାରିନଥିଲା । କ୍ୟାରିୟରର ଆରମ୍ଭରେ ମାଧୁରୀଙ୍କ ହାତରେ କେବଳ ବିଫଳତା ହିଁ ଲାଗିଥିଲା । ପରେ 1988ରେ ଆକ୍ସନ ଡ୍ରାମ ଫିଲ୍ମ 'ତେଜାବ' ବକ୍ସ ଅଫିସକୁ ଶାନଦାର ହିଟ ଦେଇଥିଲା । ଏଥିରେ ମୁଖ୍ୟ ଚରିତ୍ର ଅନୀଲ କପୁରଙ୍କ ଲେଡି ଲଭ ଥିଲେ ମାଧୁରୀ । ଫିଲ୍ମର 'ଏକ ଦୋ ତିନ' ଗୀତ ଆଜି ଯାଏଁ ବି ଲୋକଙ୍କ ମନରେ ଅଛି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/madhuridixitnene 2008ରେ ମାଧୁରୀ ଭାରତର ଚତୁର୍ଥ ସର୍ବୋତ୍ତମ ପୁରସ୍କାର 'ପଦ୍ମଶ୍ରୀ'ରେ ସମ୍ମାନିତ ହୋଇଥିଲେ । ଏହାପରେ ମାଧୁରୀ ନିଜ ପ୍ରତିଭାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାକୁ ଚାହିଁଲେ ଓ 2013ରେ ଅନଲାଇନ ଡ୍ୟାନସିଂ ଆପ୍ 'ଡ୍ୟାନ୍ସ ୱିଥ ମାଧୁରୀ' ଆରମ୍ଭ କରି ବିଭିନ୍ନ ପ୍ରକାରର ଡ୍ୟାନ୍ସ ଫର୍ମକୁ ଭିଡିଓ ଜରିଆରେ ଅପଲୋଡ କରୁଛନ୍ତି ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/madhuridixitnene