ମୁମ୍ବାଇ: ଆଜି ଫେମସ ପଞ୍ଜାବୀ ଗାୟକ ଗୁରୁ ରାନ୍ଧୱା ନିଜର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ସେ ପଞ୍ଜାବର ଗୁରୁଦାସପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଗୁରୁଶରଣଜୋତ ସିଂ ରାନ୍ଧୱା । କିନ୍ତୁ ସମସ୍ତେ ତାଙ୍କୁ ଗୁରୁ ରାନ୍ଧୱା ନାମରେ ଜାଣନ୍ତି ।
ଗୁରୁଙ୍କ ସମସ୍ତ ଗୀତକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥାନ୍ତି ।
ହାଇ ରେଟେଡ ଗବ୍ରୁ: ରାନ୍ଧୱାଙ୍କ ଏହି ଗୀତ 2017 ରେ ମୁକ୍ତିଲାଭ କରିଥିଲା । ଯାହାକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥିଲେ । ଏହି ଗୀତରେ ବର୍ତ୍ତମାନ ପର୍ଯ୍ୟନ୍ତ 95 କୋଟିରୁ ଅଧିକ ଭ୍ୟୁ ମିଳିସାରିଛି ।
ଲାହୋର :ଏହି ଗୀତ ଗୁରୁଙ୍କ ଗୀତ ଲିଷ୍ଟରେ ବହୁତ ଲୋକପ୍ରିୟ । ଏହି ଗୀତ 2017 ରେ ମୁକ୍ତିଲାଭ କରିଥିଲା । ଏହି ଗୀତରେ 88 କୋଟିରୁ ଅଧିକ ଭ୍ୟୁ ଅଛି, ଯାହା ବାସ୍ତବରେ ଚକିତକର ।
ପଟୋଲା : ଗୁରୁ ଏବଂ ରାପର ବୋହେମିଆଙ୍କ ଦ୍ୱାରା ଏହି ଗୀତ କମ୍ପୋଜ କରାଯାଇଥିଲା । ଏହି ଗୀତଟି ବହୁତ ହିଟ୍ ହୋଇଥିଲା । ଏହି ଗୀତରେ 50 କୋଟିରୁ ଅଧିକ ଭ୍ୟୁ ମିଳିସାରିଛି ।
ଓ୍ବୋ ତେନୁ ସୁଟ୍-ସୁଟ୍ କରଦା : ଗୁରୁଙ୍କ ଏହି ଗୀତକୁ ପ୍ରଂଶସକମାନେ ବହୁତ ପସନ୍ଦ କରିଥିଲେ । ଏହା ପରେ ଏହି ଗୀତଟି ହିନ୍ଦୀ ମିଡିୟମ ଚଳଚ୍ଚିତ୍ରରେ ଅନ୍ତର୍ଭୁକ୍ତ ହୋଇଥିଲା । ଏହି ଗୀତରେ 42 କୋଟିରୁ ଅଧିକ ଭ୍ୟୁ ଅଛି ।