ଓଡିଶା

odisha

By

Published : Jul 6, 2020, 7:32 PM IST

ETV Bharat / sitara

କେଆରକେଙ୍କୁ ଅନଫଲୋ କରିବାକୁ ଅମିତାଭଙ୍କୁ ଅପିଲ

ଅମିତାଭଙ୍କୁ ଅପିଲ କରି ଚର୍ଚ୍ଚାରେ ନିର୍ମାତା ହଂସଲ ମେହତା । ବିବାଦୀୟ ବୟାନ ଦେଇଥିବାରୁ କେଆରକେଙ୍କୁ ଅନଫଲୋ କରିବାକୁ ନିର୍ମାତାଙ୍କ ଅପିଲ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ:ବଲିଉଡର ଗୋଟିଏ ସେକ୍ସନ ବିବାଦିତ ଫିଲ୍ମ କ୍ରିଟିକ ତଥା ପ୍ରଯୋଜକ, ଅଭିନେତା କମାଲ ରଶିଦ ଖାନ(କେଆରକେ)ଙ୍କ ବିରୋଧରେ ନଜର ଆସୁଛନ୍ତି । ବର୍ତ୍ତମାନ ଏହି ସେକ୍ସନ ସୋସିଆଲ ମିଡିଆରେ କେଆରକେଙ୍କୁ ଅନଫଲୋ କରିବାକୁ ଦାବି ମଧ୍ୟ କରୁଛନ୍ତି । ନିର୍ଦ୍ଦେଶକ ମିଲାପ ଜାୱେରୀ, ହଂସଲ ମେହତା ଓ ମନୋଜ ବାଜପେୟୀ ଖୁଲମଖୁଲା କେଆରକେଙ୍କ ଉପରେ ରାଗ ପ୍ରକାଶ କରିଛନ୍ତି ।

ଏବେ ନିର୍ମାତା ହଂସଲ ମହାନାୟକ ଅମିତାଭ ବଚ୍ଚନଙ୍କୁ ଅପିଲ କରିଛନ୍ତି କେଆରକେଙ୍କୁ ଅନଫଲୋ କରିବାକୁ । ଟ୍ବିଟରେ ନିଜ ମନ କଥା କହି ସେ ଲେଖିଛନ୍ତି, ‘ମୁଁ ଅମିତାଭଙ୍କୁ ଅପିଲ କରୁଛି ଯେ ସେ କମାଲ ରଶିଦ ଖାନଙ୍କୁ ସୋସିଆଲ ମିଡିଆରୁ ଅନଫଲୋ କରନ୍ତୁ ।’

ଏହି ଟ୍ବିଟ ସହିତ ହଂସଲ କେଆରକେଙ୍କ କିଛି ଟ୍ବିଟର ସ୍କ୍ରିନସଟ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କୁ ଟ୍ରୋଲ କରିଥିଲେ ।

ପ୍ରକାଶ ଥାଉକି କେଆରକେ ପୂର୍ବରୁ ସୁଶାନ୍ତଙ୍କ ଫିଲ୍ମ ‘କେଦାରନାଥ’, ‘ଡ୍ରାଇଭ’ର ସମାଲୋଚନା କରିଥିଲେ । ଆଉ କହିଥିଲେ ସୁଶାନ୍ତଙ୍କ କ୍ୟାରିୟର 100 ପ୍ରତିଶତ ଶେଷ ହୋଇଗଲାଣି । ସେ ସୁଶାନ୍ତଙ୍କ ଆତ୍ମହତ୍ୟା ପୂର୍ବରୁ ଏହା ସବୁ ତାଙ୍କ ବିଷୟରେ ଲେଖିଥିଲେ ।

ହଂସଲ ଏକ ୱେବସାଇଟରେ ଅନଲାଇନ ପିଟିଶନ ଫାଇଲ ମଧ୍ୟ କରିଛନ୍ତି । ଯେଉଁଥିରେ ଅଭିଯୋଗ ହୋଇଛି ଯେ କେଆରକେ ଅନେକ ନିର୍ଦ୍ଦେଶକ, ଆକ୍ଟର୍ସ, ପ୍ରଯୋଜକଙ୍କ ଉପରେ ଟିପ୍ପଣୀ କରିଛନ୍ତି । ସେ ଟ୍ବିଟ ଏବଂ ଭିଡିଓରେ ଗାଳିଗୁଲଜ ମଧ୍ୟ କରୁଛନ୍ତି । ସେ ଲୋକଙ୍କୁ ଗାଳି ଦେଇ ନିଜ ବିଜନେସ ଚଲାଉଛନ୍ତି । ଖାଲି ଏତିକି ନୁହେଁ ଏହି ପିଟିଶନରେ କୁହାଯାଇଛି ଯେ ଅମିତାଭ ମଧ୍ୟ କେଆରକେଙ୍କୁ ସୋସିଆଲ ମିଡିଆରେ ଫଲୋ କରୁଛନ୍ତି ।

ସେହିପରି କେଆରକେ କିଛି ଦିନ ହେବ ସୁଶାନ୍ତଙ୍କ ଆତ୍ମହତ୍ୟା ପାଇଁ ଅନେକ ସେଲିବ୍ରିଟିଙ୍କୁ ଟାର୍ଗେଟ କରିସାରିଲେଣି । ତାଙ୍କ ଅନୁଯାୟୀ ସୁଶାନ୍ତ ଆତ୍ମହତ୍ୟା କରିନାହାଁନ୍ତି ତାଙ୍କର ହତ୍ୟା ହୋଇଛି ।

ABOUT THE AUTHOR

...view details