ମୁମ୍ବାଇ: ଫିଲ୍ମଠୁ ଅଧିକ ନିଜ ଲଭ ଲାଇଫକୁ ନେଇ ଚର୍ଚ୍ଚାରେ ରହୁଥିବା ଅର୍ଜୁନ କପୁର ଏବର୍ଷ ଖାସ୍ ଅନ୍ଦାଜରେ ପାଳନ କରିବେ ପ୍ରେମ ଦିବସ ତଥା ଭାଲେଣ୍ଟାଇନ ଡେ । ସମସ୍ତେ ନିଜ ନିଜ ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ, ପତି-ପତ୍ନୀଙ୍କ ସହ ସମୟ ବିତାଇ ଏହି ଦିନକୁ ସେଲିବ୍ରେଟ କରିବାକୁ ଯାଉଥିବା ବେଳେ ବଡ ନିଷ୍ପତ୍ତି ନେଇଛନ୍ତି ଅର୍ଜୁନ । ସେ ଏବର୍ଷ ନିଆରା ଢଙ୍ଗରେ ଏହି ଦିନକୁ ବଞ୍ଚିବାକୁ ଚାହୁଁଛନ୍ତି ।
ଅର୍ଜୁନଙ୍କ ଭାଲେଣ୍ଟାଇନ ପ୍ଲାନ, ଜାଣନ୍ତୁ କଣ ? - ଭାଲେଣ୍ଟାଇନ ଡେରେ ଅର୍ଜୁନ କପୁରଙ୍କ ନିଷ୍ପତ୍ତି
ଏଥର ନିଆରା ଢଙ୍ଗରେ ପ୍ରେମ ଦିବସ ପାଳିବେ କରିବେ ଅର୍ଜୁନ । କ୍ୟାନ୍ସର ରୋଗୀଙ୍କ ସହାୟତା କରିବାକୁ ନେଲେ ନିଷ୍ପତ୍ତି । ଅଧିକ ପଢନ୍ତୁ ।
ଆଜ୍ଞା ହଁ, ଭାଲେଣ୍ଟାଇନ ଡେରେ ସେ 100ରୁ ଅଧିକ କ୍ୟାନ୍ସର ରୋଗୀଙ୍କ ସାହାଯ୍ୟ କରିବାକୁ ସ୍ଥିର କରିଛନ୍ତି । ଆଉ କହିଛନ୍ତି, ‘କୋରୋନା ମହାମାରୀ ଯୋଗୁଁ ମୁଁ ଶିଖିପାରିଛି କିପରି ପରସ୍ପରକୁ ସାହାଯ୍ୟ କରାଯିବ। ଏହି ମହାମାରୀ ଆମ ସମସ୍ତଙ୍କୁ ପରସ୍ପରକୁ ସାହାଯ୍ୟ କରିବା ଏବଂ ପ୍ରେମ ବିସ୍ତାର କରିବାର ଗୁରୁତ୍ବ ଶିକ୍ଷା ଦେଇଛନ୍ତି | ଆମର ପ୍ରିୟ ଲୋକଙ୍କୁ ସ୍ବତନ୍ତ୍ର ଅନୁଭବ କରିବା ପାଇଁ ଆମେ ସମସ୍ତେ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବାକୁ ପ୍ରସ୍ତୁତ । କିନ୍ତୁ ଏହି ବିଶେଷ ଉତ୍ସବରେ ମୁଁ କିଛି ଅଲଗା କରିବାକୁ ନିଷ୍ପତ୍ତି ନେଇଛି ।’
ପ୍ରକାଶ ଥାଉକି ଅର୍ଜୁନଙ୍କ ମା' ମୋନା ସୈରୀଙ୍କ ମୃତ୍ୟୁ ମଧ୍ୟ କ୍ୟାନ୍ସର ଦ୍ବାରା ହୋଇଥିଲା । ସେ ବର୍ତ୍ତମାନ କର୍କଟ ରୋଗୀଙ୍କୁ ସହାୟତା କରିବା ପାଇଁ କର୍କଟ ରୋଗୀ ସହାୟତା ସଂଘ (ସିପିଏଏ) ସହିତ କାର୍ଯ୍ୟ କରୁଛନ୍ତି। ଏହା ବିଷୟରେ ଆଲୋଚନା କରି ସେ କହିଛନ୍ତି, ‘କର୍କଟ ରୋଗୀ ସହାୟତା ଆସୋସିଏସନ ସହିତ ମୁଁ 100 ଜଣ ଏପରି ଯୋଡିଙ୍କୁ ସମର୍ଥନ କରୁଛି, ଯେଉଁମାନଙ୍କର କର୍କଟ ରୋଗ ରହିଛି। ଏହାର ଅର୍ଥ ହେଉଛି ଯେଉଁ ଦମ୍ପତି ଯେଉଁଥିରେ ଜଣେ ସାଥୀ ଏହି ରୋଗରେ ପୀଡିତ ଅଛନ୍ତି ଏବଂ ଅନ୍ୟଜଣେ ଏହି ଯୁଦ୍ଧର ମୁକାବିଲା ପାଇଁ ତାଙ୍କୁ ସମର୍ଥନ କରୁଛନ୍ତି।’