ମୁମ୍ବାଇ: କୋଭିଡ-19 ମହାମାରୀ ହେତୁ ହାଲୋୱିନ(Halloween 2020) ପାର୍ଟି ହୁଏତଃ ଧୁମଧାମରେ ସେଲିବ୍ରେଟ କରିପାରିନାହାଁନ୍ତି ସେଲିବ୍ରିଟି । ହେଲେ ଏହି ଅବସରରେ ଏନଜୟ କରିବାକୁ କେହି ଭୁଲିନାହିଁନ୍ତି । ହଲିଉଡରୁ ନେଇ ବଲିଉଡ ପର୍ଯ୍ୟନ୍ତ ଅନେକ ସେଲିବ୍ରିଟିଙ୍କ ହାଲୋୱିନ ଅବତାର ଏବେ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ରବିବାରରେ ସମସ୍ତଙ୍କ ଭୟାନକ ଲୁକ ଫ୍ୟାନ୍ସଙ୍କୁ କରିଥିଲା ଦିୱାନା । ଖାଲି ଏତିକି ନୁହେଁ ଏହି ଅବସରରେ କିଛି ସେଲିବ୍ରିଟିଙ୍କ ମେକଅପ ଏମିତି ହୋଇଛି ଯାହାଙ୍କୁ ସହଜରେ ଚିହ୍ନିବା କଷ୍ଟଦାୟକ । ଏହି କ୍ରମରେ ସାମିଲ ଅଛନ୍ତି ଭୂମି ପେଡନେକର, ସୋନମ କପୁର ଆହୁଜା, ଶିଳ୍ପା ସେଟ୍ଟୀ, ପ୍ରିୟଙ୍କା ଚୋପ୍ରା ଓ ଏମୀ ଜ୍ୟାକସନଙ୍କ ଭଳି ଅଭିନେତ୍ରୀ ।
ବର୍ତ୍ତମାନ କିଛି ସେଲିବ୍ରିଟିଙ୍କ ଏହି ଅବତାର ସୋସିଆଲ ମିଡିଆରେ ବେଶ୍ ଦେଖିବାକୁ ମିଳୁଛି । ସେହିପରି ଏହି ଅଭିନେତ୍ରୀଙ୍କ ବ୍ୟତୀତ ପପୁଲାର ଷ୍ଟାର କିଡ ତଥା ଆମୀର ଖାନଙ୍କ ଲାଡଲୀ ଇରା ଖାନ ମଧ୍ୟ ହାଲୋୱିନ ସାଜିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ଏହି ସେଲିବ୍ରିଟିଙ୍କ ଉପରେ...