ମୁମ୍ବାଇ: ଭେଟେରାନ ସଙ୍ଗୀତକାର ତଥା ନିର୍ଦ୍ଦେଶକ ଗୁଲଜାର କୋରୋନାରୁ ଫ୍ୟାନ୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଭ୍ୟାକ୍ସିନ ନେବାକୁ ଅପିଲ କରିଛନ୍ତି । ସେ ନିଜ ପ୍ରଶଂସକଙ୍କୁ ଏହି ମହାମାରୀରୁ ସୁରକ୍ଷିତ ରହିବାର ଉପାୟ ମଧ୍ୟ କହିଛନ୍ତି । ସେ ନିଜେ ଭ୍ୟାକ୍ସିନ ନେଇ ଖାସ୍ ଅନ୍ଦାଜରେ ସମସ୍ତଙ୍କୁ କବିତା ମଧ୍ୟ ଶୁଣାଇଛନ୍ତି ।
କବିତା ଜରିଆରେ ଟିକା ନେବା ପାଇଁ ଉତ୍ସାହିତ କଲେ ଗୁଲଜାର - Gulzar read nazm on covid vaccine
ଭାଇରାଲ ହେଉଛି ଗୁଲଜାରଙ୍କ ଏକ ଭିଡିଓ । ଯେଉଁଥିରେ ଟିକା ନେବା ପାଇଁ ସମସ୍ତଙ୍କୁ ଅପିଲ କରିବା ସହ ଏକ କବିତା ମଧ୍ୟ ଶୁଣାଉଥିବାର ନଜର ଆସୁଛନ୍ତି ସେ।
ଏକ ଭିଡିଓ ଜାରି କରି ସେ କହିଛନ୍ତି, ‘କୋଭିଡ ସେ ବଚନେ କା ତରିକା ହେ, ‘ଆସାନ ହେ ଲବାୱା ଲୋଁ, ଟିକା ହେ । ଆପ ଭି ମହସୁସ ହୋଗେଁ ଔର ଦେଶ ଭି, ସାଥ ରହନେ କା ସଲିକା ହେ ।’
କବିତା ଶୁଣାଇବା ପରେ ସେ ଅପିଲ କରି ସମସ୍ତଙ୍କୁ ଭିଡିଓରେ କହୁଛନ୍ତି, ‘ଯଥାଶୀଘ୍ର ଏହି ଟିକା ନିଅନ୍ତୁ । ଡାକ୍ତରମାନେ ନିଜ ଜୀବନକୁ ବାଜିରେ ଲଗାଇ ଏହା ଉଦ୍ଭାବନ କରିଛନ୍ତି, ଯାହା ଦ୍ବାରା ମାନବ ଜାତି ବଞ୍ଚିପାରିବ। ଟିକା ଲଗାଇବା ଆପଣଙ୍କ କର୍ତ୍ତବ୍ୟ । ଯାହା ଦ୍ବାରା ଏହା କେବଳ ଆପଣଙ୍କୁ ନୁହେଁ ଆପଣଙ୍କ ପରିବାର, ଆପଣଙ୍କ ପଡ଼ୋଶୀ, ଆପଣଙ୍କ ସମାଜ, ଆପଣଙ୍କ ଦେଶକୁ ମଧ୍ୟ ସୁରକ୍ଷା ଦେଇପାରିବ ।’