ଓଡିଶା

odisha

ETV Bharat / sitara

ବୁସାନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ 'ଗଲି ବଏ'

ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଚମତ୍କାର ଚଳଚ୍ଚିତ୍ର 'ଗଲି ବଏ' କୁ 2019 ରେ 92 ତମ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି ଅନେକ ପୁରସ୍କାର ଗ୍ରହଣ କରିଛି । ଏହା ସହିତ ଏହି ଚଳଚ୍ଚିତ୍ରଟି ସର୍ବାଧିକ ଫିଲ୍ମଫେୟାର ପୁରସ୍କାର ଜିତିବାଥିବାର ରେକର୍ଡ ମଧ୍ୟ କରିଛି । ଏବେ ଏହି ଫିଲ୍ମଟି ବୁସାନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ପ୍ରଦର୍ଶିତ ହେବ । ଅଧିକ ପଢନ୍ତୁ...

gully boy to be screened at the prestigious busan international film festival
ବୁସାନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ ଫିଲ୍ମ 'ଗଲି ବଏ'

By

Published : Jul 24, 2020, 6:21 PM IST

ମୁମ୍ବାଇ: ଜୋୟା ଅଖତର ନିର୍ଦ୍ଦେଶିତ ଫିଲ୍ମ 'ଗଲି ବଏ' ରିଲିଜ ହେବା ପରଠାରୁ ବହୁ ପ୍ରଶଂସା ପାଇଛି । ଏହି ଚଳଚ୍ଚିତ୍ରକୁ ବିଦେଶର ପ୍ରଂଶସକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ ।

ଗତ ବର୍ଷ ଦକ୍ଷିଣ କୋରିଆର ବୁଚେନ୍ ଇଣ୍ଟରନ୍ୟାସନାଲ ଫାଣ୍ଟାଷ୍ଟିକ୍ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଏସୀୟ ଚଳଚ୍ଚିତ୍ର ପାଇଁ NETPAC ପୁରସ୍କାର ପାଇବା ପରେ ଏହି ଚଳଚ୍ଚିତ୍ରକୁ ଚାହିଦା ଅନୁଯାୟୀ ସିନେମା ସ୍କ୍ରିନିଂ 'ବୁସାନ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ'କୁ ନିମନ୍ତ୍ରଣ କରାଯାଇଛି ।

ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଚମତ୍କାର ଚଳଚ୍ଚିତ୍ର 'ଗଲି ବଏ' କୁ 2019 ରେ 92 ତମ ଓସ୍କାର ଆଓ୍ବାର୍ଡ ପାଇଁ ମନୋନୀତ କରାଯାଇଥିଲା ।

ଏହି ଚଳଚ୍ଚିତ୍ରଟି ଅନେକ ପୁରସ୍କାର ଗ୍ରହଣ କରିଛି । ଏହା ସହିତ ଏହି ଚଳଚ୍ଚିତ୍ରଟି ସର୍ବାଧିକ ଫିଲ୍ମଫେୟାର ପୁରସ୍କାର ଜିତିବାଥିବାର ରେକର୍ଡ ମଧ୍ୟ କରିଛି ।

ଏହି ଚଳଚ୍ଚିତ୍ରରେ ରଣଭୀର ସିଂ, ଆଲିଆ ଭଟ୍ଟ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ବିଜୟ ରାଜ ଅହମ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ।

ଏହି ଚଳଚ୍ଚିତ୍ରରେ ରଣଭୀର ମୁମ୍ବାଇର ବସ୍ତିରେ ରହୁଥିବା ମୁରାଦଙ୍କ ଭୂମିକାରେ ଅଭିନୟ କରିଥିଲେ । ଯିଏ କି ଏକ ଫେମସ ରାପର ହେବାର ସ୍ୱପ୍ନ ଦେଖିଥାଏ । କିନ୍ତୁ, ଦାରିଦ୍ର୍ୟ ଏବଂ ସମାଜ ତାଙ୍କ ସ୍ୱପ୍ନକୁ ବାସ୍ତବରେ ପରିଣତ କରିବା ପାଇଁ ଦେଉନଥିଲେ ।

ପ୍ରକାଶ ଥାଉ କି, ଫିଲ୍ମ 'ଗଲି ବଏ' 14 ଫେବୃଆରୀ 2019 ରେ ମୁକ୍ତିଲାଭ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details