ମୁମ୍ବାଇ: ଡାନ୍ସ ରିୟାଲିଟି ଶୋ ‘ନଚ ବଲିଏ’ ସିଜିନ-9ର କପଲ ପ୍ରତିଯୋଗି ମାଧୁରିମା ତୁଲୀ ଓ ବିଶାଲ ଆଦିତ୍ୟ ସିଂଙ୍କ ରିଲେସନଶିପ ସବୁଠାରୁ ଅଧିକା ଚର୍ଚ୍ଚାରେ ଅଛି । ଦୁଇଜଣ ପ୍ରାୟତଃ କୌଣସି ନା କୌଣସି କଥାକୁ ନେଇ ସେଟ ଉପରେ ଝଗଡା କରୁଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ତାଙ୍କ ପ୍ରେମ ସମ୍ପର୍କ ଉପରେ ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଗୋବିନ୍ଦାଙ୍କ ଆଶ୍ଚର୍ଯ୍ୟଜନ କଥାରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ସମସ୍ତେ ।
କବୀର ସିଂ ଭଳି ଲୋକଙ୍କୁ ଘୃଣା କରନ୍ତି ଗୋବିନ୍ଦା ! - ମାଧୁରିମା ତୁଲୀ
‘ନଚ ବଲିଏ’ର ଆଗାମୀ ଏପିସୋଡ ଖୁବଶୀଘ୍ର ପ୍ରସାରଣ ହେବାକୁ ଯାଉଛି । ଏହାପୂର୍ବରୁ ଏପିସୋଡର ପ୍ରୋମୋ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଏଥର ଅତିଥି ରୂପେ ନଜର ଆସିବେ କମେଡିଆନ ଅଭିନେତା ଗୋବିନ୍ଦା ।
କଥାଟି ହେଲା କି ଷ୍ଟାରପ୍ଲସ ଚ୍ୟାନେଲ ସୋସିଆଲ ମିଡିଆରେ ଆଗାମୀ ଏପିସୋଡର ପ୍ରୋମୋ ଭିଡିଓ ସେୟାର କରିଛି । ଯେଉଁଥିରେ ଗୋବିନ୍ଦା ଏହି କପଲ ପ୍ରତିଯୋଗୀ ମାଧୁରି ଓ ବିଶାଲଙ୍କ ପ୍ରେମ ସମ୍ପର୍କକୁ ନେଇ ଆଡୁସାଡୁ କହୁଥିବାର ନଜର ଆସୁଛନ୍ତି । ଅନ୍ୟପଟେ ଭିଡିଓରେ ମାଧୁରୀ ଓ ବିଶାଲ ଏକ ରୋମାଣ୍ଟିକ ପରଫର୍ମନ୍ସ କରୁଥିବାର ଦେଖାଯାଉଛନ୍ତି ।
ଏହାପରେ ‘ନଚ ବଲିଏ’ ର ଜଜ ଅହମ୍ମଦ ଖାନ ଏହି ଯୋଡିକୁ କବୀର ସିଂ ଯୋଡି ସହ ତୁଳନା କରିଥିଲେ । କିନ୍ତୁ ଗୋବିନ୍ଦାଙ୍କୁ ତାଙ୍କ କଥାରେ ସମର୍ଥନ ନଥିଲା । ଆଉ କହିଥିଲେ, ‘‘ସରି ଅହମ୍ମ, କିନ୍ତୁ ମୁଁ ତୁମ କଥାର ସମର୍ଥନ କରୁନାହିଁ । ଯେଉଁ ପ୍ରେମ ଜବରଦସ୍ତରେ ହୋଇଥାଏ ଆଉ 36 ଜାଗରେ ମୁହଁ ମାରୁଥିବା ପ୍ରେମ କେବେ ପ୍ରକୃତ ପ୍ରେମ ହୋଇନଥାଏ । ମୁଁ ଏପରି ଲୋକଙ୍କୁ ଘୃଣା କରେ ।’’ ତେବେ ଏହି ଏପିସୋଡ ପ୍ରସାରଣ ହେଲା ପରେ ସମସ୍ତେ ଜାଣିପାରିବେ ଗୋବିନ୍ଦା ଏପରି କଥା କାହିଁକି କହିଥିଲେ।