ଓଡିଶା

odisha

By

Published : Mar 2, 2020, 7:43 AM IST

ETV Bharat / sitara

‘ଭୁଲ ଭୁଲୈୟା-2’ ରେ ନଜର ଆସିବେ ଗୋବନ୍ଦ ନାମଦେବ

ଆଗାମୀ କମେଡି-ହରର ଫିଲ୍ମ ‘ଭୁଲ ଭୁଲୈୟା-2’ରେ ନଜର ଆସିବେ ଗୋବନ୍ଦ ନାମଦେବ । କାର୍ତ୍ତିକ ଆର୍ଯ୍ୟନ ଓ କିଆରା ଆଡଭାନୀଙ୍କ ସହ କାମ କରି ବେଶ ଖୁସି ଗୋବନ୍ଦ ।

Govind Namdev joins the cast of Bhool Bhulaiyaa 2
ଭୁଲ ଭୁଲେୟା -2 କାଷ୍ଟରେ ଯୋଗ ଦେଲେ ଗୋବିନ୍ଦ ନାମଦେବ

ମୁମ୍ବାଇ: ପ୍ରଖ୍ୟାତ ଅଭିନେତା ଗୋବିନ୍ଦ ନାମଦେବ, ଯିଏ କି "ଓ ମାଇଁ ଗଡ" ଚଳଚ୍ଚିତ୍ରରେ ନିଜର ଖଳ ଅଭିନେତା ପାଇଁ ଜଣାଶୁଣା। ସେ ବନ୍ଦିତ କ୍ୟୁଇନ, କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ‘ଭୁଲ ଭୁଲୈୟା-2’ରେ ଯୋଗ ଦେଇଛନ୍ତି ।

ସେ କହିଛନ୍ତି କି, "ମୁଁ ଏହି ଚଳଚ୍ଚିତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏବେ ଜୟପୁରରେ ସୁଟିଂ କରୁଛି।ଏହି ଜେନେରେସନର ଜଣାଶୁଣା ଅଭିନେତା ମାନଙ୍କ ସହ କାମ କରିବାରେ ମତେ ବହୁତ ଭଲ ଲାଗିଥିଲା । ଏବେ ବଲିଉଡ ଇଣ୍ଡଷ୍ଟ୍ରିରେ କିଆରା ଆଡଭାନୀ ଏବଂ କାର୍ତ୍ତିକ ଦୁହେଁ ବହୁତ ଭଲ ଜଣାଶୁଣା କଳାକାର। ଉଭୟ ହିଟ୍ ଫିଲ୍ମ ମଧ୍ୟ ଦେଇଛନ୍ତି। ମୁଁ ସେମାନଙ୍କର କାର୍ଯ୍ୟକୁ ପ୍ରଶଂସା କରେ। ସେ ଆହୁରି ମଧ୍ୟ କହିଛନ୍ତି କି, ସେମାନେ ମୋତେ ବହୁତ ସମ୍ମାନ ଦିଅନ୍ତି। ଏହି ଫିଲ୍ମର ନିର୍ଦ୍ଦେଶକ ଆନିସ୍ ବାଜମି । "ଲକ୍ଷ୍ନୋରେ ଫିଲ୍ମର 2ୟ କାର୍ଯ୍ୟସୂଚୀ ଆରମ୍ଭ ହେବ ମାର୍ଚ୍ଚର ପ୍ରଥମ ସପ୍ତାହରେ ।

ଭୁଲ ଭୁଲୈୟା ସୁଦ୍ଧା ପ୍ରିୟଦର୍ଶନଙ୍କ ଦ୍ବାରା 2007 ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ସିନେ ଅହୁଜା, ବିଦ୍ୟା ବାଲାନ, ଅମିଶା ପଟେଲ, ପରେଶ ରାୱଲ, ମନୋଜ ଯୋଶି, ଆସ୍ରାନୀ, ରାଜପାଲ ୟାଦବ ଏବଂ ବିକ୍ରମ ଗୋଖଲେ ମଧ୍ୟ ଅଭିନୟ କରିଥିଲେ। ଭୁଲ ଭୁଲେୟାରେ ବିଦ୍ୟାଙ୍କ ଅଭିନୟ ଆଇକନିକ୍ ଥିଲା। ଯାହାକି ତାଙ୍କର ଆଜି ପର୍ଯ୍ୟନ୍ତର ସବୁଠୁ ଭଲ ଅଭିନୟ ରହିଆସିଛି। ଗୋବିନ୍ଦ ଏବେ ସୁପରଷ୍ଟାର ସଲମାନ ଖାନଙ୍କ ସହ ରାଧେ ସୁଟ କରିଥିଲେ।

ABOUT THE AUTHOR

...view details