ଓଡିଶା

odisha

ETV Bharat / sitara

‘ପାରୋକୁ ଛାଡି ଦିଅ କିନ୍ତୁ ଭୋଟ ଦେବା ଭୁଲନି’ - dialogues

ଏବେ ଦେଶରେ 17ତମ ଲୋକସଭା ନିର୍ବାଚନ ଚାଲିଛି । ଯାହାକୁ ନେଇ ଖୁବ୍ ଚିନ୍ତି ବିଭିନ୍ନ ଦଳ । ନିଜ ଦଳକୁ ଜିତାଇବା ପାଇଁ ଆପଣେଇଛନ୍ତି ନାନା ପ୍ରକାର ଉପାୟ । ସେହିପରି ସରକାର ଶାହରୁଖ ଖାନଙ୍କ ଫିଲ୍ମ ଡାଇଲଗ ନିର୍ବାଚନ ପାଇଁ ବ୍ୟବହାର କରି ଲୋକଙ୍କୁ ଭୋଟ ଦେବାକୁ ସୂଚନା ଦେଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@PIB

By

Published : Apr 13, 2019, 10:00 PM IST

ମୁମ୍ବାଇ: ବର୍ତ୍ତମାନ ଦେଶରେ ନିର୍ବାଚନର ଲହରୀ ଦେଖିବାକୁ ମିଳିଛୁ । ସବୁ ଦଳ ନିଜ ପାର୍ଟିକୁ ସତ୍ତାରେ ଆଣିବା ପାଇଁ ନାନା ପ୍ରକାର ଉପାୟ କରିବାରେ ବ୍ୟସ୍ତ । ଲୋକସଭା ନିର୍ବାଚନରୁ ବାଦ ପଡିନାହିଁ ବି-ଟାଉନର ରୋମାନ୍ସ କିଙ୍ଗ ଅର୍ଥାତ୍ ଶାହରୁଖ ଖାନଙ୍କ ପୁରୁଣା ଫିଲ୍ମ । ତାଙ୍କର କିଛି ପୁରୁଣା ଫିଲ୍ମ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ ।

କିଛି ଦିନ ପୂର୍ବରୁ ତାଙ୍କ ସୁପରହିଟ୍ ଫିଲ୍ମ 'ମୋହାବ୍ବତେଂ'ର ଫଟୋ ବ୍ୟବହାର କରିବା ପରେ ସରକାର ଶୁକ୍ରବାର ତାଙ୍କ ଦ୍ବିତୀୟ ହିଟ୍ ଫିଲ୍ମ 'ଦେବଦାସ'ର କିଛି ଫଟୋକୁ ବ୍ୟବହାର କରି ଭୋଟ ଦେବାକୁ କହିଛନ୍ତି । ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରି ସରକାର ଲୋକସଭା ନିର୍ବାଚନରେ ଭୋଟ ଦେବାକୁ ଅପିଲ କରିଛନ୍ତି ।

The Press Information Bureau(PIB) ଶାହରୁଖ ଓ ଜ୍ୟାକି ଶ୍ରଫଙ୍କ କିଛି ଫଟୋକୁ କୋଲାଜ କରି ଟ୍ବିଟରରେ ପୋଷ୍ଟ କରିଛି । ଏଥିରେ ଫିଲ୍ମର ଫେମସ ଡାଇଲଗ "ବାବୁ ଜି ନେ କହା ଗାଂୱ ଛୋଡ ଦୋ"ର ରିକ୍ରିଏଟ ଭର୍ସନ ସେୟାର କରାଯାଇଛି । ଏଥିରେ କୁହାଯାଇଛି ଯେ "ବାବୁଜୀ ନେ କହା ଘର ଛୋଡ଼ ଦୋ, ସବନେ କହା ପାରୋ କୋ ଛୋଡ ଦୋ ପର କୋଇ କୁଛ ଭି କହେ ମୋଂ ଭୋଟ ଦେନା ନହୀଁ ଛୋଡୁଗାଂ । "

ଏହି ସବୁ ଫଟୋରେ କ୍ୟାପସନ ଦିଆଯାଇଛି, "ଭୋଟିଂ ନାଗରିକତାର ଅଧିକାର, ଉତ୍ତରଦାୟିତ୍ବ ଏବଂ କର୍ତ୍ତବ୍ୟ ମଧ୍ୟ । ଲୋକଙ୍କ କଥାରେ ଭ୍ରମିତ ହୁଅନାହିଁ । ଏକ ସଚ୍ଚୋଟ ନାଗରିକ ହୁଅନ୍ତୁ, ବାହାରକୁ ବାହାରନ୍ତୁ ଏବଂ ଭୋଟ କରନ୍ତୁ । ଜଣାଇ ଦେଉଛୁ ଯେ ଏପ୍ରିଲ 11ରେ ଆରମ୍ଭ ହୋଇଥିବା ଲୋକସଭା ନିର୍ବାଚନ ଆସନ୍ତା ମେ 19 ପର୍ଯ୍ୟନ୍ତ ଚାଲିବ ।

ABOUT THE AUTHOR

...view details