ଓଡିଶା

odisha

ETV Bharat / sitara

ସଚିନଙ୍କ 48ତମ ଜନ୍ମଦିନରେ ରିଲିଜ ହେବ ‘ଗଡ ଅଫ କ୍ରିକେଟ’ - ‘ଗଡ ଅଫ କ୍ରିକେଟ’ର ମୋଶନ ପୋଷ୍ଟର ଜାରି

ଜାରି ହୋଇଯାଇଛି ସଚିନ ତେନ୍ଦୁଲକଙ୍କ ବାୟୋପିକ ‘ଗଡ ଅଫ କ୍ରିକେଟ’ର ମୋଶନ ପୋଷ୍ଟର । ଆସନ୍ତା ବର୍ଷ ରିଲିଜ ଫିଲ୍ମ ରିଲିଜ ହେବ ସୂଚନା ଦେଲେ ମେକର୍ସ...

ଫଟୋ ସୌଜନ୍ୟଛ: ଟ୍ବିଟର@ମହେଶ ଭଟ୍ଟ
ଫଟୋ ସୌଜନ୍ୟଛ: ଟ୍ବିଟର@ମହେଶ ଭଟ୍ଟ

By

Published : Apr 25, 2020, 11:15 AM IST

ମୁମ୍ବାଇ: ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଶୁକ୍ରବାର 47 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କ ଜନ୍ମଦିନ ଅବସରେ ପୁରା ବିଶ୍ବରୁ ତାଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛ ଛୁଟିଥିଲା । ବଲିଉଡ ସେଲିବ୍ରିଟିଠୁ ନେଇ ଟଲିଉଡ ସେଲିବ୍ରିଟି ମାଷ୍ଟର ବ୍ଲାଷ୍ଟରଙ୍କୁ ସୋସିଆଲ ମିଡିଆରେ ବର୍ଥଡେ ୱିଶ କରିଥିଲେ । ସେହିପରି ଫ୍ୟାନ୍ସ ମଧ୍ୟ ଭିନ୍ନ ଭିନ୍ନ ଅନ୍ଦାଜରେ କ୍ରିକେଟ ଗଡକୁ ଶୁଭେଚ୍ଛା ଜଣାଇଥିଲେ।

ଫଟୋ ସୌଜନ୍ୟଛ: ଟ୍ବିଟର@ମହେଶ ଭଟ୍ଟ

ଇତିମଧ୍ୟରେ ତାଙ୍କ ପ୍ରଶଂସକଙ୍କ ପାଇଁ ସାମ୍ନାକୁ ଆସିଯାଇଛି ଗୁଡନ୍ୟୁଜ । ଆଜ୍ଞା ହଁ, ସଚିନଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ ‘ଗଡ ଅଫ କ୍ରିକେଟ’ ଆସନ୍ତା ବର୍ଷ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ। ଫିଲ୍ମଟିକୁ ତାଙ୍କ 48ତମ ଜନ୍ମଦିନ ତଥା 2021 ଏପ୍ରିଲ 24ରେ ରିଲିଜ କରାଯିବ।

ଯାହାର ଘୋଷଣା ବିଶିଷ୍ଟ ଫିଲ୍ମ ନିର୍ମାତା ମହେଶ ଭଟ୍ଟ କରିଛନ୍ତି। ଫିଲ୍ମର ମୋଶନ ପୋଷ୍ଟର ମଧ୍ୟ ଜାରି ହୋଇଯାଇଛି। ଯେଉଁଥିରେ ସଚିନଙ୍କ ପିଲା ବେଳ ଦେଖିବାକୁ ମିଳୁଛି। କାନ୍ଧରେ ବ୍ୟାଟ ପକାଇ କ୍ରିକେଟ ମୈଇଦାନକୁ ଅନାଇ ରହିଥିବାର ନଜର ଆସୁଛନ୍ତି ସେ।

ଏହି ଅବସରରେ ପ୍ରଯୋଜକ ବିନୟ ଭାରଦ୍ବାଜ କହିଛନ୍ତି ଯେ ମହେଶ ଭଟ୍ଟ ମାଷ୍ଟର ବ୍ଲାଷ୍ଟରଙ୍କ ଜନ୍ମଦିନରେ ଜାରି ହୋଇଥିବା ମୋଶନ ପୋଷ୍ଟରେ ବୟସ ଓଭର ଦେଇଛନ୍ତି । ଫିଲ୍ମର ମୋଶନ ପୋଷ୍ଟର ବହୁତ ପ୍ରେରଣାଦାୟକ। ଜଣେ ଯୁବ କ୍ରିକେଟରଙ୍କୁ ଭଗବାନ କୁହାଯାଉଥିବା ଶବ୍ଦକୁ ସାବ୍ୟସ୍ତ କରୁଛି।

ସେହିପରି ମେହଶ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଜଣେ ପ୍ରକୃତ ହିରୋ ଜାଣିଛି ସବୁବେଳେ ତୁଫାନ ହୋଇପାରିବ, ହେଲେ ଏହା ସବୁବେଳେ ପାଇଁ ବର୍ଷା ନୁହେଁ। #GodOfCricket ଖୁବଶୀଘ୍ର ଆସିବ। ପ୍ରକାଶ ଥାଉକି ଫିଲ୍ମରେ ମୁଖ୍ୟ ଭୂମିକାରେ ସଂଗ୍ରାମ ସିଂ ନଜର ଆସିବେ ।

ABOUT THE AUTHOR

...view details