ଓଡିଶା

odisha

ETV Bharat / sitara

ଦିୟାଙ୍କ ବିବାହରେ ଖୁସି ପିସି, ଜଣାଇଲେ ଶୁଭକାମନା

ବୈଭବ ରେଖୀଙ୍କୁ ନିଜ ଜୀବନ ସାଥି ରୂପେ ଚୟନ କରିଛନ୍ତି ଦିୟା । ସେପଟେ ଦୁଇଜଣଙ୍କ ଖୁସିରେ ଖୁସି ଅଛନ୍ତି ପ୍ରିୟଙ୍କା । ବିବାହ ଫଟୋରେ କଲେ ଏମିତି କମେଣ୍ଟ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Feb 17, 2021, 11:06 AM IST

ମୁମ୍ବାଇ: ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ସୁନ୍ଦରୀ ଅଭିନେତ୍ରୀ ଦିୟା ମିର୍ଜା । ସେ ମୁମ୍ବାଇର ବିଜନେସମ୍ୟାନ ବୈଭବ ରେଖୀଙ୍କ ପତ୍ନୀ ସାଜିଛନ୍ତି । ଦିୟାଙ୍କ ଏହା ଦ୍ବିତୀୟ ବିବାହ । ସେପଟେ ତାଙ୍କ ବିବାହକୁ ନେଇ ଫ୍ୟାନ୍ସ ଖୁସି ଥିବାବେଳେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା । ସେ ଦିୟାଙ୍କ ବିବାହରେ ଖୁବ୍ ଖୁସି ଅଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିୟା ମିର୍ଜା

ପିସି, ଦିୟାଙ୍କ ବିବାହ ଫଟୋରେ କମେଣ୍ଟ କରି ଲେଖିଥିଲେ, ‘ମୁଁ ତୁମ ପାଇଁ ବହୁତ ଖୁସି ଅନୁଭବ କରୁଛି । ବିବାହର ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ।’ ସେପଟେ ଦିୟାଙ୍କ ପିସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିୟା ମିର୍ଜା

ପ୍ରକାଶ ଥାଉକି ଦିୟା ପ୍ରଥମେ ସାହିଲ ସାଙ୍ଘାଙ୍କୁ 2014ରେ ବିବାହ କରିଥିଲେ । ଆଉ ବିବାହର 5 ବର୍ଷ ପରେ ଏହି ଯୋଡି ପରସ୍ପରକୁ ଛାଡପତ୍ର ଦେଇଥିଲେ । ଆଉ ଛାଡପତ୍ର ଉପରେ ଦିୟା କହିଥିଲେ ଯାହା ବି ହୋଇଛି ଦୁଇଜଣଙ୍କ ସହମତିରେ ହୋଇଛି । ଆମେ ପରସ୍ପରର ଭଲ ବନ୍ଧୁ ପରି ସବୁବେଳେ ରହିବୁ।

ABOUT THE AUTHOR

...view details