ମୁମ୍ବାଇ: ବର୍ତ୍ତମାନ ଲଣ୍ଡନରେ ନିଜର ଆଗାମୀ ହଲିଉଡ ଫିଲ୍ମ ‘ଟେକ୍ସ ଫର୍ ୟୁ’ର ସୁଟିଂରେ ବ୍ୟସ୍ତ ଅଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ହେଲେ ଇତିମଧ୍ୟରେ ତାଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଲଣ୍ଡନରେ ଏକ ସେଲୁନ୍ ଯାଇ କୋଭିଡ-19ର ନିୟମ ଉଲ୍ଲଂଘନ କରିଛନ୍ତି ।
ଲଣ୍ଡନରେ କୋଭିଡ-19 ନିୟମ ଉଲ୍ଲଂଘନ କଲେ ଦେଶୀ ଗାର୍ଲ - ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରାଙ୍କ ଅପଡେଟ ନ୍ୟୁଜ
ସମସ୍ୟାରେ ପ୍ରିୟଙ୍କା । ବର୍ତ୍ତମାନ କୋରୋନା ନୂଆ ଷ୍ଟ୍ରେନ ପାଇଁ ଲଣ୍ଡନର ଅନେକ ସ୍ଥାନରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେପଟେ ସେଲୁନ୍ ଯାଇ ନିୟମ ଭାଙ୍ଗିଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...
ସେ ଗୁରୁବାର ସନ୍ଧ୍ୟାରେ ମା' ମଧୁ ଚୋପ୍ରା ଏବଂ ପୋଷା କୁକୁର ଡାଏନା ସହ ଏକ ସେଲୁନ୍କୁ ଯାଇଥିଲେ । ଆଉ ସେଠାରେ ତାଙ୍କ ସେଲିବ୍ରିଟି ଷ୍ଟାଇଲିଷ୍ଟ ଜୋଶ ୱୁଡ ମଧ୍ୟ ଉପସ୍ଥିତ ଥିବାର ଜଣାପଡିଛି। ଖବର ଅନୁଯାୟୀ, ଉଲ୍ଲଂଘନ ବିଷୟରେ ସଚେତନ ହେବାପରେ ପୋଲିସ ମଧ୍ୟ ସେଲୁନରେ ପହଞ୍ଚିଥିଲା ଏବଂ ସେଲୁନର ମାଲିକଙ୍କୁ ଏକ ଚେତାବନୀ ଦେଇଥିଲା। ଏଥିସହ କୌଣସି ଜୋରିମନା ଆଦାୟ କରାଯାଇ ନ ଥିବା ଜଣାଯାଇଛି।
ପ୍ରକାଶ ଥାଉକି କରୋନା ଭାଇରସର ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ବ୍ରିଟେନ ବର୍ତ୍ତମାନରେ ଲକଡାଉନ ପ୍ରକ୍ରିୟା ପୁନଃ ଆରମ୍ଭ ହୋଇଛି । ଯାହାଦ୍ବାରା ସେଲୁନ୍ ଏବଂ ସ୍ପା ସହ ଦେଶର ସବୁ ମଲ ବନ୍ଦ । ଏହି ନିୟମକୁ ଉଲ୍ଲଂଘନ କରି ହଟହଟା ପିସି ।