ମୁମ୍ବାଇ: ନିକଟରେ ପ୍ରକାଶିତ ହୋଇଥିଲା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଲେଖିତ ବହି ‘ଅନଫିନିସଡ୍’ । ଯାହାକୁ ନେଇ ସେ କିଛି ଦିନରୁ ଚର୍ଚ୍ଚାରେ । ସେହିପରି ସେ ନ୍ୟୁୟର୍କରେ ଇଣ୍ଡିଆନ ରେସ୍ତୁରାଁ ଖୋଲିଛନ୍ତି । ତାଙ୍କ ଏହି ସଫଳତାକୁ ନେଇ ଫ୍ୟାନ୍ସ ମଧ୍ୟ ଖୁସି । ଇତିମଧ୍ୟରେ ତାଙ୍କୁ ନେଇ ଆଉ ଏକ ଗୁଡନ୍ୟୁଜ ଶୁଣିବାକୁ ମିଳୁଛି । ଯାହା ଶୁଣି ଖୁସି ହୋଇଯିବେ ସମସ୍ତେ ।
କଥାଟି ହେଲା ଯେ ସ୍ବାମୀ ନିକ ଜୋନସଙ୍କ ସହ ମିଶି ସେ 93ତମ ଏକାଡେମୀ ପୁରସ୍କାର ପାଇଁ ନାମାଙ୍କନ ଘୋଷଣା କରିବେ । ଏହାର ସୂଚନା ସେ ଟ୍ବିଟରରେ ଏକ ଭିଡିଓ ସେୟାର କରି ଦେଇଛନ୍ତି । ଆଉ କହିଛନ୍ତି, ‘ମୋତେ କୁହ ଯେ ଆମେ ଓସ୍କାର ନାମାଙ୍କନ ଘୋଷଣା କରିବାକୁ ଯାଉଛୁ, ମୋତେ ନ ଜଣାଇ ଆମେ ଓସ୍କାର ନାମାଙ୍କନ ଘୋଷଣା କରୁଛୁ ।’