ଓଡିଶା

odisha

ରିତେଶ-ଜେନେଲିଆଙ୍କ ପୁରୁଣା ଫନି ଭିଡିଓ ହେଲା ଭାଇରାଲ

By

Published : Apr 3, 2021, 4:14 PM IST

ଏବେ ରିତେଶ ଇନଷ୍ଟାଗ୍ରାମରେ ଏକ ପୁରୁଣା ଟିକଟକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଆପଣ ଆପଣଙ୍କର ହସକୁ ରୋକି ପାରିବେ ନାହିଁ । ଅଧିକ ପଢନ୍ତୁ...

Genelia revisits marriage pics with Riteish, don't miss his hilarious expressions in video
ରିତେଶ-ଜେନେଲିଆଙ୍କ ପୁରୁଣା ଫନି ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ: ବଲିଉଡର କ୍ୟୁଟ କପଲ ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଦୁହେଁ ପ୍ରାୟତଃ ସେମାନଙ୍କ ମଜାଦାର ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ଏଭଳି ପରିସ୍ଥିତିରେ, ଏବେ ରିତେଶ ଇନଷ୍ଟାଗ୍ରାମରେ ଏକ ପୁରୁଣା ଟିକଟକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଆପଣ ଆପଣଙ୍କର ହସକୁ ରୋକିପାରିବେ ନାହିଁ ।

ଏହି ଭିଡିଓରେ ଜେନେଲିଆ ରିତେଶଙ୍କୁ ତାଙ୍କ ବିବାହର ଫଟୋ ଦେଖାଉଛନ୍ତି, କିନ୍ତୁ ଏହି ଫଟୋ ଗୁଡ଼ିକୁ ଦେଖି ରିତେଶ ଏକ ମଜାଳିଆ ପ୍ରତିକ୍ରିୟା ଦେଉଥିବାର ଦେଖିବାକୁ ମିଳିଛି । ଭିଡିଓଟି ବହୁତ ମଜାଳିଆ ଥିଲା, ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି । ଭିଡିଓ ଦେଖନ୍ତୁ:

ଏହି ସମୟରେ ରିତେଶ ଦେଶମୁଖ ଏବଂ ଜେନେଲିଆ ଡିସୁଜାଙ୍କ ଏହି ଭିଡିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି । ଏହା ଏକ ପୁରୁଣା ଭିଡିଓ କିନ୍ତୁ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

ନିକଟରେ, ହୋଲି ଅବସରରେ ରିତେଶ ଏବଂ ଜେନେଲିଆ ସୋସିଆଲ ମିଡିଆରେ ଏକ ସୁନ୍ଦର ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରକାଶ ଥାଉ ଯେ, ରିତେଶ ଏବଂ ଜେନେଲିଆ 2003 ମସିହାରେ ଫିଲ୍ମ 'ତୁଝେ ମେରୀ କସମ' ସହିତ ଏକାଠି ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଡେଟିଂ ଆରମ୍ଭ କରିଥିଲେ। 2012ରେ ଦୁହେଁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇ ପୁଅ ଅଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details