ନୂଆଦିଲ୍ଲୀ: ଅଭିନେତ୍ରୀ ଜେନେଲିଆ ଡିସୁଜା ହୁଏତ ଚଳଚ୍ଚିତ୍ର ଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ ସେ ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ । ସେ ପ୍ରାୟତଃ ନିଜର ଏବଂ ସ୍ବାମୀ ରିତିଶ ଦେଶମୁଖ ଏବଂ ସାଙ୍ଗମାନଙ୍କର ସହିତ ଫଟୋ ଏବଂ ଭିଡିଓ ସେୟାର କରନ୍ତି ।
ଏବେ ଜେନେଲିଆ ପୁଣି ଥରେ ରିତେଶ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ କ୍ରେଜୀ ପାର୍ଟିର ଏକ ମଜାଳିଆ ଡ୍ୟାନ୍ସ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଆଶିଷ ଚୌଧୁରୀ, ଶମିତା,ଶବୀର ଅହଲୁୱାଲିଆ ଏବଂ ତାଙ୍କ ପତ୍ନୀ କାଞ୍ଚି ସମସ୍ତେ ଡ୍ୟାନ୍ସ କରି ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।