ନୂଆଦିଲ୍ଲୀ: ହୋଲି ଉତ୍ସବକୁ ପ୍ରେମର ପର୍ବ ମଧ୍ୟ କୁହାଯାଏ । ତେବେ ଏଥିରୁ ନିଜକୁ କିପରି ଦୂରେଇ ରଖିଥାଆନ୍ତେ ବଲିଉଡର ଫେମସ ରୋମାଣ୍ଟିକ କପଲ ଜେନେଲିଆ-ରିତେଶ । ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଛନ୍ତି ଏହି ଯୋଡି । ଭାଇରାଲ ହେଉଛି ଦୁଇଜଣଙ୍କ ରୋମାଣ୍ଟିକ ଭିଡିଓ । ଯେଉଁଥିରେ ପୁଣିଥରେ ଦେଖିବାକୁ ମିଳୁଛି ଜେନେଲିଆ ଓ ରିତେଶଙ୍କ କେମେଷ୍ଟ୍ରି ।
ଏହି ସମୟରେ ଜେନେଲିଆ ଏବଂ ରିତେଶ ଏକ ରୋମାଣ୍ଟିକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ତାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।